

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆକ୍ଷଙ୍କା ମହିଳା ସଂଘ ତରଫରୁ କରୋନା ଭାଇରସ ଠାରୁ କିପରି ଦୂରରେ ରହିବେ ତାକୁନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନ କାର୍ଯ୍ୟକ୍ରମ ମାର୍କେଟ ଛକ ଠାରୁ ଆରମ୍ଭ ହୋଇ କଲେଜ ଛକ ଦେଇ ରାଜାଙ୍କ ରାଜଉଆସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ପରିକ୍ରମା କରି ପ୍ରତ୍ୟେକ ଦୋକାନରେ ତଥା ଲୋକମାନଙ୍କ ମଧ୍ୟରେ କିପରି କରୋନା ଭାଇରସ ଠାରୁ ଦୂରରେ ରହିବେ ଏବଂ କିପରି ସତର୍କତା ଅବଲମ୍ବନ କରିପାରିବେ ତାହାରି ଉପରେ ସମସ୍ତଙ୍କୁ ବୁଝାଇ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାନେତ୍ରୀ ସୁଶ୍ରୀ ମିନାଖି ସାହୁଙ୍କ ନେତୃତ୍ୱରେ ତଥା ଗଜପତି ଜିଲ୍ଲା ଆରକ୍ଷୀ ଅଧକ୍ଷା ସାରା ଶର୍ମାଙ୍କ ସହ ସ୍ୱର୍ଣ୍ଣପ୍ରଭା ପାଢ଼ୀ, ମିନା କୁମାରି ଟହଲ, ତନୁଜା ଶତପଥୀ, ରୁବି ନନ୍ଦ, ଅନିତା ମିଶ୍ର ଅଂଶ ଗ୍ରହଣ କରି ସୁଚାର ରୂପେ ଲୋକଙ୍କୁ ବୁଝାଇଥିଲେ । ତାଙ୍କସହ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ନେତ୍ର।ନନ୍ଦ ଶତପଥୀ ମଧ୍ୟ ଉପସ୍ଥିତ ରହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା