ଆଖି ବୁଜିଲା ଶୁଭ୍ରାଂଶୁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଧଳା ମହାବଳ ବାଘ ଶୁଭ୍ରାଂଶୁ ଆଜି ଆଖି ବୁଜିଛି । ଯକୃତଜନିତ ରୋଗରେ ପୀଡ଼ିତ ଥିବା କାରଣରୁ ଶୁଭ୍ରାଂଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ନନ୍ଦନକାନନରେ ରହୁଥିବା ଧଳା ମହାବଳ ବାଘ ଶୁଭ୍ରାଂଶୁ ୧୪ଦିନ ହେଲା ଅସୁସ୍ଥ ଥିଲା । ସେ ହଠାତ ଶନିବାର ଦିନ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲା । ତା ପରଠାରୁ ସେ ଖାଦ୍ୟ ଗ୍ରହଣ କରିପାରୁ ନଥିଲା । ୧୪ଦିନ ହେଲା ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଧଳା ମହାବଳ ବାଘ ଶୁଭ୍ରାଂଶୁର ଚିକିତ୍ସା ଚାଲିଥିଲା । ଶୁଭ୍ରାଂଶୁ ଯକୃତଜନିତ ରୋଗରେ ପୀଡ଼ିତ ଥିଲା ବୋଲି ଜଣାପଡ଼ିଛି । ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁକୁ ନେଇ ଏଯାଏଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନର କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଶୁଭ୍ରାଂଶୁର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୭କୁ ଖସିଛି ।

ରିପୋର୍ଟ : ଆକାଶ ମିଶ୍ର