ଆଖୁ କ୍ଷେତରେ ଗଳିଗଲା ବାୟୁସେନା ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ବିମାନ ଉତ୍ତର ପ୍ରଦେଶର ବାଗପତରେ ଆଖୁ କ୍ଷେତରେ ଅବତରଣ କରିବାକୁ ବାଧ୍ୟ ହୋଇଛି ।ଫଟୋରେ ବିମାନଟି ଯେମିତି ଢଙ୍ଗରେ ରହିଛି, ତାକୁ ଦେଖିଲେ ଲାଗୁଛି, ତାହା ଆକାଶରୁ ଗଳି  ପଡ଼ିଛି। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟ୍ ବିମାନଟିକୁ ଆଖୁ କ୍ଷେତରେ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ ବୋଲି କୁହାଯାଉଛି ।ସୂଚନାଯୋଗ୍ୟ, ବାୟୁସେନାର ଏକ ଛୋଟ ବିମାନ ହିଣ୍ଡନ୍‌ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା। ବିମାନଟି ଏୟାରଫୋର୍ସ ଡେ’ ପାଇଁ ପ୍ରସ୍ତୁତି ଚଳାଇଥିଲା। ତେବେ ବାଗପତ ନିକଟରେ ପହଞ୍ଚିବା କ୍ଷଣି ଏଥିରେ ତ୍ରୁଟି ଦେଖାଯାଇଥିଲା। ତେଣୁ ପାଇଲଟ୍‌ ଦ୍ୱୟ ଆଖୁ ଜମିରେ ଏହାକୁ ଅବତରଣ କରିଥିଲେ।ପାଇଲଟ୍‌ମାନେ ସୁରକ୍ଷିତ ଅଛନ୍ତି। ବାୟୁ ସେନା ପକ୍ଷରୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।