ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ଏହି ପର୍ବ ପାଇଁ ହିଞ୍ଜିଳିକାଟୁର ରାକ୍ଷୀ ବଜାରରେ ସରଗରମ । ବଜାରରେ ବିକ୍ରି ହେଉଛି ବିଭିନ୍ନ ଡିଜାଇନ୍ର ରାକ୍ଷୀ । ଚକମକ ବିଜୁଳି ଆଲୁଅରେ ଝଲସୁଥିବା ରାକ୍ଷୀ ଦୋକାନରେ ଭିଡ଼ ଜମୁଛି । ରେଶମୀ ସୂତା, ପଥର କାମ, କଣ୍ଢେଇ, ଫୁଲ, ସ୍ୱସ୍ତିକ ଆକୃତିର ଓ ସାଇବାବା, ଜଗନାଥ ପିତା ଭଳି ନାନା ରକମର ରାକ୍ଷୀ ବଜାରରେ ମିଳୁଛି । ସେହିପରି ଷ୍ଟୋନବସା ରାକ୍ଷୀର ଚାଇଦା ଅଧିକ ଥାଏ । ରାକ୍ଷୀପୁର୍ଣିମା ପାଇଁ ଆବଶ୍ୟକ ପଡୁଥିବା ଚନ୍ଦନ, ସିନ୍ଦୁର, କଳାଯାଦୁ, ଥାଳି, ଶଙ୍ଖ ଆଦି ସମସ୍ତ ସାମ୍ରଗୀ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ବେପାରୀ ମାନଙ୍କର ବେପାର ବୁଦ୍ଧି ହେବାରେ ଲାଗିଛି । ହିଞ୍ଜିଳିକାଟୁ ସହରରେ ପ୍ରାୟ ୪୦ରୁ ଉର୍ଦ୍ଧ ଦୋକାନ ଖୋଲା ହୋଇଥିବା ବେଳେ ସ୍ଥାନୀୟ ବ୍ଲକର ବିଭିନ୍ନ ଗ୍ରାମରେ ରାକ୍ଷୀ ଭଣ୍ଡାର ଖୋଲିବାର ଦେଖାଯାଇଛି । ଦୂର ଦୁରାନ୍ତରରେ ଥିବା ଭାଇଙ୍କୁ ଭଉଣୀମାନେ ରାକ୍ଷୀ କିଣି ଅନଲାଇନ ସପିଙ୍ଗ ମାଧ୍ୟମରେ ପଟାଉଥିବା ଦେଖିବାକୁ ମିଳିଛି । ତେବେ ଆହୁରି କେତେ ଦିନ ଥିବାବେଳେ ଆଗକୁ ଆହୁରି ରାକ୍ଷୀ ଭଣ୍ଡାର ଖୋଲିବାର ରହିଛି ବୋଲି ସୂଚନା ମିଳିଛି । ବେପାରୀ ମାନଙ୍କ ବେପାର ଜୋର ଧରିବ ବୋଲି ବେପାରୀମାନେ ଆଶା ରଖିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା