

ଗଜପତି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୋଡ଼କୋଲାକଟ ପଞ୍ଚାୟତରେ କଂଗ୍ରେସ ତରଫରୁ ଅଗାମି ପଞ୍ଚାୟତ ନିର୍ବାଚନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ପ୍ରଦେଶ କଂଗ୍ରେସ କୃଷି ସେଲ ରାଜ୍ୟର ପ୍ରଭାରି ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତରେ ଆଗାମୀ ପଞ୍ଚାୟତ ନିର୍ବାଚନ ବିଷୟରେ ଆଲୋଚନା କରାଗଲା । ମୁଖ୍ୟତ ଗୁମ୍ମା ବ୍ଲକରେ ଯେଉଁଭଳି କଂଗ୍ରେସ ନାମରେ ସରପଞ୍ଚ ବା ସମିତି ସଭ୍ୟ ଜିତିଲା ପରେ କିଛି ମାସ ବା ବର୍ଷ ରହି ଅନ୍ୟ ଦଳକୁ ଯାଉଛନ୍ତି । ସେହିପରି ଆଗାମୀ ନିର୍ବାଚନରେ ନ ହେଉ ଯେଉଁ ପ୍ରତିନିଧିମାନେ କଂଗ୍ରେସ ନାମରେ ଟିକଟ୍ ନେଇ ଜିତିଲା ପରେ କଂଗ୍ରେସରେ ରହି ଗୁମ୍ମା ବ୍ଲକର ଜନସାଧାରଣଙ୍କର ସେବା କରିବେ ବୋଲି କଡ଼ା ନିଷ୍ପତ୍ତି ନିଆଗଲା । ଗୁମ୍ମା ବ୍ଲକ ଯେ ଏକ କଂଗ୍ରେସର ଗୋଡ଼ ସାରା ଓଡ଼ିଶାରେ ପରିଚିତ ସେହିପରି ଆଗାମୀ ନିର୍ବାଚନରେ ମଧ୍ୟ ୨୦ ଗୋଟି ପଞ୍ଚାୟତରେ ସରୋପଞ୍ଚ ଓ ସମିତି ସଭ୍ୟ ଜିତିବା ପାଇଁ ବୋଲି ଆଜିର ଏହି ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ଗୁମ୍ମା ବ୍ଲକର ତରବା ପଞ୍ଚାୟତର ଆଶ୍ରୟଗଡ଼ ଗ୍ରାମର କେତେକ ଯୁବା ବିଜେପି ଦଳକୁ ଚାଲି ଯାଇଥିଲେ । ପୁନର୍ବାର ସେମାନେ ନିଜ କଂଗ୍ରେସ ଦଳକୁ ଫେରିଥିବାରୁ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବେର୍ନିକ ଗମାଙ୍ଗ ଏବଂ ସହଯୋଗକାରୀ ଗୁମ୍ମା ବ୍ଲକର ସଭାପତି ଲଳିତ ଦଣ୍ଡସେନା, ଯୁବ ସଭାପତି ମୋଣ୍ଟୁ ପାଣି ଓ ଗବ୍ରିଏଲ ଲିମା, ଅନ୍ୟତମ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟିରର ସମ୍ପାଦକ ସଞ୍ଜୟ ଅଧିକାରୀ, ଜିଲ୍ଲା ଯୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, କୁନା ମାଝୀ, ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

