ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ବ୍ରହ୍ମପୁରରେ କମିଶନରେଟ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସହ ଭଞ୍ଜନଗର, ଆସିକା, ସୋରଡ଼ା ପ୍ରଭୃତି ଅଂଚଳକୁ ନେଇ ଏକ ନୂଆ ପୋଲିସ ଜିଲ୍ଲା ଭଞ୍ଜନଗରରେ କରାଯିବ ବୋଲି ଏକ ପ୍ରେସ ଇସ୍ତାହାରରେ ଗଂଜାମ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ରାଜ୍ୟରେ ସବୁଠାରୁ ବଡ ଜିଲ୍ଲା । ଜିଲ୍ଲାର ଭୌଗୋଳିକ ଦୃଷ୍ଟିକୋଣରୁ ଓ ଧନଜୀବନର ସୁରକ୍ଷା ପାଇଁ ଭଞ୍ଜନଗର ଠାରେ ଏକ ଅଲଗା ପୋଲିସ ଜିଲ୍ଲା ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଏହାକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା କଂଗ୍ରେସ ସଭାପତି ଡ଼ାଃ. ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ମହାନଗର କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ଜେନା, ରାଜ୍ୟ ସମ୍ପାଦକ ଭୋକାଲି ସେଠୀ, ନିରଞ୍ଜନ ପାଣିଗ୍ରାହୀ, ଶିବରାମ ପାତ୍ର, ଦେବୀ ବିଷୋୟୀ, ସଞ୍ଜୟ ତ୍ରିପାଠୀ, ପଦ୍ମ ଚରଣ ସାହୁ, ରବୀନ୍ଦ୍ର ଅଧିକାରୀ, ସୀତାରାମ ପାଣିଗ୍ରାହୀ, ବିଶ୍ୱଜିତ ତରେଇ ପ୍ରମୁଖ ଦାବି କରିଛନ୍ତି । ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟ ହେଲେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲା କଂଗ୍ରେସ ନେତାମାନେ ପ୍ରକଶ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା