ପ୍ରଥମ ଥର ପାଇଁ ଆଗାମୀ ନିର୍ବାଚନରେ ଭିଭିପାଟ୍ର ବ୍ୟବହାର:ପ୍ରଥମେ ମତଦାନ ଦେଇ ମକପୋଲ୍ କାର୍ଯ୍ୟର ଶୁଭାରମ୍ଭ କଲେ ଜିଲ୍ଲାପାଳ…

ଛତ୍ରପର (ସମୃଦ୍ଧ ଓଡିଶା) ଆଗାମୀ ନିର୍ବାଚନରେ ପ୍ରଥମ ଥର ପାଇଁ ଭିଭିପାଟ୍ର ବ୍ୟବହାର କରାଯାଉଛି । ଆଗାମୀ ନିର୍ବାଚନରେ ପ୍ରତ୍ୟେକ ଭୋଟର କିଭଳି ନିର୍ଭୁଲ ଏବଂ ସ୍ୱଚ୍ଛତା ଭାବେ ଭୋଟ ମତଦାନ ଦେଇ ପାରିବେ ସେଥି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜିଲ୍ଲା ଏବଂ ପଂଚାୟତୱାରୀ ଇଭିଏମ୍ ସହିତ ଭିଭିପାଟ୍ ଉପରେ ସଚେତନତା କରାଇବା ସହ ଲୋକମାନଙ୍କୁ ଭୋଟ ମତଦାନ ଉପରେ ଅଭ୍ୟାସ କରାଯାଉଛି । ଏଥିପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆଗାମୀ ନିର୍ବାଚନରେ ପ୍ରତ୍ୟେକ ଭୋଟର କିପରି ନିର୍ଭୁଲ ଓ ସ୍ୱଚ୍ଛ ଭାବେ ମତଦାନ ଦେଇ ପାରିବେ ସେଥି ନିମନ୍ତେ ମକପୋଲ୍ ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ଉପସ୍ଥିତ ରାଜନୈତିକ ଦଳ ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଇଭିଏମ୍ ଓ ଭିଭିପାଟ୍ ଉପରେ ସଚେତନା କରାଇ ନିଜେ ପ୍ରଥମେ ମତଦାନ ଦେଇ ମକପୋଲ୍ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହାପରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ସଦସ୍ୟ, ଗଣମାଧ୍ୟମ ପ୍ରତିିନିଧି ଓ ସରକାରୀ କର୍ମଚାରୀମାନେ ନିଜେ ମତଦାନ କରିଥିଲେ । ତା’ପରେ କେମିତି ବା କେଉଁ ଉପାୟରେ ମତଦାନ ସାବ୍ୟସ୍ତ ସମସ୍ତେ କରିବେ ସେ ସଂପର୍କରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଡ଼େପୁଟି କଲେକ୍ଟର (ନିର୍ବାଚନ) ଡ଼. ବିଜୟାନନ୍ଦ ସେଠୀ, ଡ଼େପୁଟି କଲେକ୍ଟର ଡ. ଦିବ୍ୟଲୋଚନ ମହନ୍ତ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଂଟ୍ କଲେକ୍ଟର ଲିଲନ ସାହୁ, ଭାରତୀୟ ଜନତା ପାର୍ଟିର ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢି, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏହାପରେ ଜିଲ୍ଲାର ସମସ୍ତ ବ୍ଲକରେ ସମସ୍ତ ପଂଚାୟତ ପ୍ରତିନିଧିମାନଙ୍କ ଉପସ୍ଥିତିରେ ମକପୋଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା