


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ରାଜ୍ୟ ସରକାରଙ୍କ ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକିନିକାଲ ଏଜୁକେଶନ ବିଭାଗ ଅନୁକୁଲ୍ୟରେ ଜୋନାଲ ପଲିଟେକନିକ ଫିଷ୍ଟ-୨୦୨୦ କ୍ରୀଡା ପ୍ରତିଯୋଗିତା ବ୍ରହ୍ମପୁର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ, ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଘରୋଇ ସର୍ବ ପୁରାତନ ବୈଷୟିକ ଶିକ୍ଷା ଅନୁଷ୍ଠାନ ଏସଏମଆଇଟି ଡିପ୍ଲୋମା ଇଞ୍ଜିନିୟରିଂ କଲେଜ ଆଙ୍କୁଶପୁର ଠାରେ ମିଳିତ ଉଦ୍ୟମରେ ଜାନୁୟାରୀ ୨୧ ତାରିଖ ମଙ୍ଗଳବାର ଦିନ ଶୁଭାରମ୍ଭ ହୋଇଛି । ଏହି ଜୋନରେ ଥିବା ସରକାରୀ ଓ ଘରୋଇ ପଲିଟେକନିକ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି । ଏହି ଚଳିତ ମାସ ୨୧ ତାରିଖ ଠାରୁ ଆରମ୍ଭ ହୋଇ ୨୫ ତାରିଖ ଦିନ ଉଦଯାପିତ ହେବା ପାଇଁ ସ୍ଥିରିକୃତ ହୋଇଛି । ଆବଶ୍ୟକ ଖେଳକୁଦ କାର୍ଯ୍ୟକ୍ରମର ସୁବିଧାକୁ ଦୃଷ୍ଟିରେ ରଖି ଏସଏମଆଇଟି ଆଙ୍କୁଶପୁର ସ୍ଥିତ ଖେଳ ପଡିଆରେ କ୍ରିକେଟ, ଫୁଟବଲ, ଭଲିବଲ, ବାସ୍କେଟ ବଲ, ବେଡ଼ମିଟନ ଆଦି ବିଭିନ୍ନ ଖେଳ ପ୍ରତିଯୋଗିତା ହେଉଥିବା ବେଳେ ୟୁସିସି ଇଂଜିନିୟରିଂ ସ୍କୁଲ ପରିସରରେ କୁଇଜ କମ୍ପିଟେସନ ଓ ଏଥେଲେଟିକ ଇଭେଣ୍ଟ ଆଦି ବିଭିନ୍ନ ପ୍ରତିଯୋଗିତା ହେବା ପାଇଁ ସ୍ଥିରିକୃତ ହୋଇଛି । ଏସଏମଆଇଟି ଅନୁଷ୍ଠାନ ତରଫରୁ ବିଭିନ୍ନ ପଲିଟେକନିକରୁ ଆସିଥିବା ଛାତ୍ରମାନଙ୍କ ପାଇଁ ହଷ୍ଟେଲରେ ରହିବା ବ୍ୟବସ୍ଥା କରାଯାଇଛି । ନିର୍ଦ୍ଧାରିତ କାର୍ଯ୍ୟସୂଚି ପ୍ରକାରେ ଏସଏମଆଇଟି ର ସଭାପତି ଡ଼.ଭଗବାନ ଗନ୍ତାୟତ, ଆଜି ଆଙ୍କୁଶପୁର ଠାରେ ହୋଇଥିବା ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ, ଅଧ୍ୟକ୍ଷ ଇଂ.ସୁଧାଂଶୁ ମୋହନ ପାଢ଼ୀ, ଅଧ୍ୟାପକ ଡ଼.ମନୋଜ କୁମାର ମୁନି, ଇଂ.ଅନୀଲ କୁମାର ଚୌଧୁରୀ, ଇଂ.ଶାନ୍ତନୁ ପାତ୍ର, ଇଂ.ସମରେନ୍ଦ୍ର ଚୌଧୁରୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



