


ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା) ଆଜି କୁମାର ପୂର୍ଣ୍ଣିମୀରେ ଚନ୍ଦ୍ର, ତୁଳସୀ ଓ ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି ଗାଁ ଗହଳିଠୁ ଆରମ୍ଭ କରି ସହର ଯାଏଁ ଅବିବାହିତା କୁମାରୀ କନ୍ୟାମାନେ । ଆଜି କାହିଁକି ସେମାନେ ଉଲ୍ଲସିତ ଦେଖିବା ଆସନ୍ତୁ । ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ବା କୁମାରୋତ୍ସବ । ଆଶ୍ଵିନ ମାସ ପୂର୍ଣ୍ଣିମୀ ତିଥିରେ ଏହି ପର୍ବଟି ପାଳିତ ହୁଏ। ସେହିପରି ଆଜିର ଦିନରେ ମା’ ମହାଲକ୍ଷ୍ମୀ ଦେବୀଙ୍କର ଆରଧନା କରାଯାଇଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। ଓଡ଼ିଶାର ଘରେ ଘରେ ଝିଅ ମାନେ କୁମାର ପୂର୍ଣ୍ଣିମା ପାଳନ କରୁଛନ୍ତି। ସେହିଭଳି ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ । ଏହି ଦିନ କୁମାରୀ ଝିଅ ମାନେ ତୁଳସୀ ଚଉରା ମୂଳରେ ପୂଜା କରନ୍ତି।ଏହାକୁ ଜହ୍ନିଓଷା କୁହାଯାଏ । କୁମାରୀ କନ୍ୟାମାନେ କାତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ ଏହି ଦିନରେ ପ୍ରାର୍ଥନା କରିଥାନ୍ତି। ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ଆଞ୍ଚୁଳିରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଧେଶ୍ୟରେ ଅପଣ କରିଥାନ୍ତି। ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ। ଏହା ସହ ସେମାନେ ସନ୍ଧ୍ୟା ସମୟରେ ଚନ୍ଦ୍ର ପୂଜା କରନ୍ତି। ତୁଳସୀ ଚଉରା ଆଗରେ ପୂଜା ଓ ବନ୍ଦାପନା ହୋଇଥାଏ। ଭୋଗ ପାଇଁ ଖଇ, ନଡିଆ, କଦଳୀ, ଛେନା, ଦହି, କ୍ଷୀର, ମହୁ, ଘିଅ, ଆଖୁ, ଗାଜାମୁଗ, ଚିନି ଇତ୍ୟାଦି ପଡି ଏକ ଚକଟା ପ୍ରସ୍ତୁତ କରାଯାଏ ସେହି ଚକଟାରେ ଚାନ୍ଦ ତିଆରି କରାଯାଇଥାଏ। ପୂରାଣରେ କଥିତ ଅଛି ଯେ ତୁଳସୀ ଦେବି ଜଣେ ପରମ ପତୀବ୍ରତା ନାରୀ ଥିଲେ । ତାଙ୍କର ପତୀବ୍ରତା ଗୁଣ ଯୋଗୁଁ ହିଁ ତାଙ୍କ ବୃକ୍ଷ ରୂପରେ ପୂଜା ପାଇବା ବର ମିଳିଥିଲା। ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଚଉରା ପୂଜା କରି ଆସୁଛନ୍ତି। ତେଣୁ କୁମାର ପୂର୍ଣ୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ। ସେହିପରି ଭଗବାନ ଶିବଙ୍କ ପୁଅ କାତ୍ତିକେୟ ଈଶ୍ୱରମାନଙ୍କ ମଧ୍ୟରେ ସବୁଠାରୁ ସୂନ୍ଦର ବୋଲି ପୁରାଣରେ କଥିତ ଅଛି। ସେ ଏହି ଦିନ ତାଡାକାସୁର ସହିତ ଯୁଦ୍ଧ ଆରମ୍ଭ କରିଥିଲେ । ତାଡାକାସୁର ପରାଜିତ କରିବାରୁ ତାଙ୍କୁ ଯୁଦ୍ଧର ଦେବତା ଭାବେ ମଧ୍ୟ ଗଣାଯାଏ। ତେବେ ଏହି ପର୍ବରେ କାତ୍ତିକେୟଙ୍କ ପାଇଁ କୈାଣସି ପୂଜା ବିଧି ନାହିଁ। କେବଳ ମହାଲକ୍ଷ୍ମୀଙ୍କୁ ଚନ୍ଦ୍ରକୁ ଓ ତୁଳସୀକୁ ପୂଜା କରିଥାନ୍ତି କୁଆଁରୀମାନେ ଜହ୍ନି ଓଷା ନାମରେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା