ଆଜି ଠାରୁ ଆରମ୍ଭ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଯାଇଛି । ସୂଚନା ଅନୁୟାଯୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ବିଭାଗ ପକ୍ଷରୁ ସ୍ନାତକୋତ୍ତର ପାଠ ପଢିବା ପାଇଁ ୨୦ଟି ବିଭାଗ ରଖାଯାଇଛି । ସ୍ନାତକୋତ୍ତରରେ ଶିକ୍ଷା ପାଇବା ପାଇଁ ପ୍ରତ୍ୟେକ ବିଭାଗରେ ଛାତ୍ରଛାତ୍ରୀଙ୍କ ପାଇଁ ୫୦ଟି ସ୍ଥାନ ରଖାଯାଇଛି । ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା (ପିଜି ଏଣ୍ଟ୍ରାନ୍ସ ପରୀକ୍ଷା) ରଖାଯାଇଛି । ଏହି ପରୀକ୍ଷା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାରେ ଉନ୍ନତି ଛାତ୍ରଛାତ୍ରୀ ପ୍ରତ୍ୟେକ ବିଭାଗରେ ସ୍ଥାନ ପାଇଁ ପାଠ ପଢିପାରିବେ । ଏହି ପରୀକ୍ଷା ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷ ଡ଼କ୍ଟର ଅରୁନ୍ଧତି ତ୍ରିପାଠୀ, ପ୍ରଶାସନିକ ଅଧିକାରୀ, ଶିକ୍ଷକ, ବିଶ୍ୱବିଦ୍ୟାଳୟ କର୍ମଚାରୀ ଓ କୁଳପତି ଡ଼କ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇଛି ।

ରିପୋର୍ଟ : ତ୍ରିନାଥ ବେହେରା