



ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରର ତିବ୍ବତୀୟ ଔଷଧୀୟ କ୍ଲିନିକର ବହିର୍ବିଭାଗରେ ଆଜି ଜାନୁଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି । ମହାମହିମ ଦଲାଇଲାମାଙ୍କର ବ୍ୟକ୍ତିଗତ ଚିକିତ୍ସକ ଡା. ସେୱାଙ୍ଗ ତାମଦନ୍ ଏଠାରେ ଉପସ୍ଥିତ ରହି ଚିକିତ୍ସା ପରାମର୍ଶ ଦେବେ । ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚୌଧୁରୀ ମାର୍କେଟ୍ ସାମ୍ନାରେ ୟୁନିଟ୍-୧ ସ୍ଥିତ ସରକାରୀ କ୍ୱାଟର VC 1/2 ପରିସରରେ ଏହି ଶିବିର ଅନୁଷ୍ଠିତ ହୋଇଛି । ଏଠାରେ ସ୍ଥାନୀୟ ଚିକିତ୍ସାଳୟର ଡା. ରିଗ୍ଜିନ୍ ମେନ୍ଲା ମଧ୍ୟ ରୋଗୀ ଚିକିତ୍ସା କରିବେ ଓ ତିବତୀୟ ଜ୍ୟୋତିର୍ବିଜ୍ଞାନୀ ତେନ୍ଜୀନ୍ ୟାନ୍ଙ୍କି ମଧ୍ୟ ଜ୍ୟୋତିର୍ବିଜ୍ଞାନ ସଂପର୍କରେ ପରାମର୍ଶ ଦେବେ । ଏଠାରେ ପରମ ପୂଜନୀୟ ଦଲାଇଲାମାଙ୍କ ଦ୍ୱାରା ଲିଖିତ ବିଭିନ୍ନ ପୁସ୍ତକ, ତିବତୀୟ ଔଷଧ ଓ ଆୟୁର୍ବେଦ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ବିଭୂତି ନାୟକ ସୂଚନା ଅଧିକାରୀ ଜଣାଇଛନ୍ତି ।
