ଆଜି ତେଲୁଗୁ ଅଭିନେତା ସୁମନ ପ୍ରଚାର କରୁଥିବା ବେଳେ ଆସନ୍ତାକାଲି ଓଡ଼ିଆ ଫିଲ୍ମର ସୁପର ଷ୍ଟାର ବାବୁସାନ କରିବେ ପ୍ରଚାର

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା) ମେ’ ୧୩ ତାରିଖ ପାଖେଇ ଆସୁଛି ଯାହାକୁ ନେଇ ପ୍ରଚାର ମଧ୍ୟ ଦ୍ରୁତଗତି ଧରିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ପ୍ରଚାରରେ ଆଗଧାଡିରେ ଥିବା ବିଜୁ ଜନତାଦଳ ଆଜି ପୁଣି ଏକ ଷ୍ଟାର୍ ପ୍ରଚାରକଙ୍କୁ ମୈଦାନରେ ଓହ୍ଲାଇଛି । ଟଲିଉଡ୍ ଇଣ୍ଡଷ୍ଟ୍ରିର ସୁନାମଧନ୍ୟ ତଥା ସୁପର ଷ୍ଟାର ସୁମନ ବିଜେଡି ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀଙ୍କ ଗାଁ ଗାଁ ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ଅପରାହ୍ଣରେ ହଜାର ହଜାର ସମର୍ଥକଙ୍କ ଏକ ବିରାଟ ରାଲି ପାରଳାଖେମୁଣ୍ଡି ନିକଟସ୍ଥ ରାଣିପେଣ୍ଠାରୁ ବାହାରି ସୀତାପୁର, ଖାରଡା, କାଶିନଗର ଓ କାଶିନଗର ବ୍ଲକର ସମସ୍ତ ଗ୍ରାମ ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଭୋଟରଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଏପଟ ଏହି ପ୍ରଚାର ମୁଖ୍ୟ ଆକର୍ଷଣ ସୁମନକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଭିଡ଼ ଜମାଇଛନ୍ତି । ସୁମନ ମଧ୍ୟ ବିଭିନ୍ନ ଗାଁ ଓ ଛକ ଗୁଡ଼ିକରେ ବିଜୁ ଜନତାଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବା ସହ ମୁଖ୍ୟମନ୍ତ୍ରୀ ଇତିହାସ ସୃଷ୍ଟି କରିବାକୁ ଯାଉଥିବା ଯୋଗୁଁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଇଂ. ରୂପେଶ ପାଣିଗ୍ରାହୀ ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ସଭାଗୀ ହେବାପାଇଁ ଆହ୍ୱାନ କରିଛନ୍ତି । ଉଭୟ ପ୍ରାର୍ଥୀର ଆଜିର ଶୋଭାଯାତ୍ରାକୁ ନେଇ ସନ୍ତୋଷ ପ୍ରକଟ କରିବା ସହ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓଡ଼ିଶା ବିଜେପି ଉପରେ ଭରସା ନଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନିଜେ ଗସ୍ତ ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଷଷ୍ଠଥର ପାଇଁ ଶପଥ ନେବାକୁ ଯାଉଛନ୍ତି ଏବଂ ନିମନ୍ତ୍ରଣ ବିଜେଡି ବିଜେପିକୁ ଦେଉଛି ବୋଲି କହିଛନ୍ତି ।ଆସନ୍ତାକାଲି ଓଡ଼ିଆ ଚଳଚିତ୍ର ସୁପର ଷ୍ଟାର ପ୍ରଚାର ପାଇଁ ପାରଳାଖେମୁଣ୍ଡି ଓ ଗୁମ୍ମା ଆସୁଥିବାରୁ ଗଜପତି ବାସି ଉତକୁଣ୍ଠା ସହ ଅପେକ୍ଷା କରୁଥିବା ଜଣାପଡିଛି।

ରିପୋର୍ଟ : କୃଷ୍ଣ କୁମାର ବେହେରା