ଆଜି ପୁଣିଥରେ ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କିଛି ଦିନ ତଳେ ଜଣେ ରୋଗୀ ଛଟପଟ ହେଉଥିଲା ସମୟରେ କେହି ମଧ୍ୟ କରୋନାକୁ ଡରି ସେହି ରୋଗୀକୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିନଥିଲେ କି ହସ୍ପିଟାଲକୁ ମଧ୍ୟ ପଠାଇ ନ ଥିଲେ ଏବଂ ସେହିଭଳି ଜଣେ ମହିଳା ମୃତ୍ୟୁ ବରଣ କରିଲା ପରେ ତାଙ୍କ ପରିବାର ଲୋକ କି ଅନ୍ୟ କୌଣସି ସମ୍ପର୍କୀୟ ଲୋକ ଶବ ସତ୍କାର କରିବା ପାଇଁ ଆସିନଥିଲେ ସେହି ସମୟରେ ଖବର ପାଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଛଟପଟ ହେଉଥିବା ରୋଗୀକୁ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ପଠାଇ ଥିଲେ ଏବଂ ସେହି ରୋଗୀଟିର ଜୀବନଟିକୁ ବଞ୍ଚାଇ ଦେଇଥିଲେ । ସେହିଭଳି ମୃତ ମହିଳାର ଶବକୁ ଉପସ୍ଥିତ ରହି ସତ୍କାର କରାଇ ମାନବିକତାର ପରିଚୟ ଦେଖାଇ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶଂସନୀୟ ହୋଇପାରିଥିଲେ । ଠିକ ସେହିଭଳି ଆଜି ମଧ୍ୟ ବ୍ରହ୍ମପୁର କପିଳେଶ୍ୱର ପେଟ୍ଟା ଛକ ନିକଟରେ ରହୁଥିବା ଅସହାୟ ଗରୀବ ଅବିବାହିତା ମହିଳା ସରସ୍ୱତୀ ସାହୁ(୭୦)ଙ୍କ ଅକାଳ ବିୟୋଗ ଘଟିଯାଇଥିଲା l କାଳେ କରୋନା ହୋଇଥିବ ଭାବି ତାଙ୍କରି କେହି ବି ସମ୍ପର୍କୀୟ ସେହି ଜାଗାକୁ ଆସିଲେ ନଥିଲେ । ଏହି ଖବର ପାଇ ଓଡିଶା ମୋ ପରିବାର ତରଫରୁ ବିଧାୟକ ନିଜେ ବିଜୁ ଜନତା ଦଳର କିଛି ସଦସ୍ୟଙ୍କୁ ନେଇ ଉକ୍ତ ସ୍ଥାନରେ ଉପସ୍ଥିତ ହୋଇ ଅସହାୟ ଗରୀବ ମହିଳାଙ୍କ ଶବ ସତ୍କାର ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ସମାପନ କରାଇଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଏହିଭଳି ମହାନ୍ ମାନବିକତା କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯିବ ସହ ବିଧାୟକ କରିଥିବା ସମସ୍ତ ସାହାଯ୍ୟ ସହାୟତା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା