

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନ ଘ. ୮.୩୦ ସମୟରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି ଗାନ୍ଧୀ ନଗର ଛକ ଠାରୁ ଶୋଭାଯାତ୍ରାରେ ବାହାରି ୨୩ ନମ୍ବର ୱାର୍ଡ଼ ଅନ୍ତର୍ଗତ ଗାନ୍ଧୀ ନଗର ଅଞ୍ଚଳ, ୨୫ ନମ୍ବର ୱାର୍ଡ଼ ଅନ୍ତର୍ଗତ ନୀଳକଣ୍ଠ ନଗର, ଶାସ୍ତ୍ରୀ ନଗର, ବାଲାଜୀ ନଗର, ତୋଟା ସାହି, ଚଣ୍ଡୀ ସାହି, ଗୁପ୍ତବୃନ୍ଦାବନ ସାହି, ମାଣ୍ଡିଆ ପଦର ସାହି, ଚାରିଡିବା ସାହି, ୨୬ ନମ୍ବର ୱାର୍ଡ଼ ଅନ୍ତର୍ଗତ ବୈଦ୍ୟ ସାହି, ନୂଆ ସାହି, ପାଣିଗ୍ରାହୀ ସାହି, ବଡ ସାହି, କଦଳୀବାଡ ସାହି, ଢାମଣା ସାହି,ଶାଳିଆବନ୍ଧ ସାହି, କାଳୁଆ ସାହି, ଆଡୁଆ ସାହି, ରାଜୁଧୋବା ସାହି, ୨୭ ନମ୍ବର ୱାର୍ଡ଼ ଅନ୍ତର୍ଗତ ହରିହର ନଗର, ବଦ୍ରିରାଜ ନଗର, ସୁନାମୁଦିଆ ସାହି,ଗୁଡ୍ସ ରୋଡ, ଚାନ୍ଚରା ପଡିଆ, ଜଳେଶ୍ଵର ବିହାର, ଗୋଷାଣିନୂଆଗାଁ ମେଇନ ରୋଡ, ୨୮ ନମ୍ବର ୱାର୍ଡ଼ ଅନ୍ତର୍ଗତ ହିଲପାଟଣା, ଗୋପବନ୍ଧୁ ନଗର, ଷ୍ଟେସନ ରୋଡ ଆଦି ଅଞ୍ଚଳ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିଲା । ତେଣୁ ସେଥିରେ ସମସ୍ତଙ୍କୁ ଉପସ୍ଥିତ ରହି ସହଯୋଗ କରିବାକୁ ଅନୁରୋଧ କରିଥିଲେ ସୁନିଲ କୁମାର ସାହୁ, ଗଞ୍ଜାମ ଜିଲ୍ଲା ଉପ-ସଭାପତି । ସହିଭଳି ଅପରାହ୍ନରେ ଗଜପତି ନଗର, ଜୟପ୍ରକାଶ ନଗର, ଜ୍ୟୋତି ନଗର, ବାପୁଜୀ ନଗର, ବୈକୁଣ୍ଠ ନଗର, ବ୍ରହ୍ମା ନଗର, ବେଙ୍କ କଲୋନୀ, ପଦ୍ମ ନଗର, ଲକ୍ଷ୍ମୀ ନଗର, ତୁଳସୀ ନଗର, ସୁରଜ ବିହାର, ସୋମନାଥ ନଗର ଆଦି ଅଞ୍ଚଳ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି ବୁଲି ବୁଲି ଭୋଟ ଭିକ୍ଷା କରିଥିଲେ । ଆଜିର ଏହି ପ୍ରଚାର କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି, ପ୍ରଦୀପ କୁମାର ଶତପଥୀ, ଡି. କରୁଣାକର, ସଞ୍ଜୟ ଚୌଧୁରୀ, ନମିତାରାଣୀ ପଣ୍ଡା, ମଦନ ମୋହନ ପାତ୍ର, ପ୍ରଭାତ କିରଣ ଷଡଙ୍ଗୀ, ସୁନିଲ କୁମାର ସାହୁ, ପ୍ରଦୀପ ମିଶ୍ର, ବିଜୟ ପଣ୍ଡା, ପ୍ରବୀର ପାତ୍ର, ରମେଶ ଚନ୍ଦ୍ର ସେଠୀ, ସୁନିଲ ପାତ୍ର ବିନାୟକ ରଥ, ରିଙ୍କୁ ସାମଲ, ରବି ନାରାୟଣ ସାବତ, ମଧୁସୂଦନ ସାହୁ, ଅରୁଣ ପାଣିଗ୍ରାହୀ, କିରଣ କୁମାର ସାହୁ, ଚିତ୍ତରଞ୍ଜନ ପଣ୍ଡା, ଲକ୍ଷ୍ମୀ ପାତ୍ର, ସୁମନ ଶତପଥୀ, ସୂର୍ଯ୍ୟ ନାହାକ, ଗୋଉରୀ ମହାନ୍ତି, ସମୀରକାନ୍ତ ତ୍ରିପାଠୀ ପ୍ରମୁଖ ଆଜିର ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



