ଆଜି ରୋଷେୟା ଟିମ ପୁରୀ ଗ୍ରସ୍ତ:ଦିନକୁ ୧୦୦୦ ଲୋକଙ୍କୁ ରନ୍ଧା ଖାଦ୍ୟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଫନି ବାତ୍ୟାରରେ ପ୍ରଭାବିତ ପୁରୀ ଜିଲ୍ଲାର ଜନସାଧାରଣଙ୍କ ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ୩ ଟ୍ରକ ରିଲିଫ ସାମଗ୍ରୀ ପଠାଯାଇଥିଲା । ଏଥିସହ ଓଡିଶା ପୋଲିସ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ କରୁଣା ଫ୍ରି କିଚେନକୁ ଗଞ୍ଜାମ ପୋଲିସ ସମର୍ଥନ ଜଣାଇ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବୁଧବାର ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଛତ୍ରପୁର ସ୍ଥିତ ରିଜର୍ଭ ଇସନପେକ୍ଟରଙ୍କ କାର୍ଯ୍ୟାଳୟରୁ ରିଲିଫ ସାମଗ୍ରୀ ବୋଝେଇ ୩ଟି ଟ୍ରକକୁ ପୁରୀ ଜିଲ୍ଲାକୁ ପଠାଇଥିଲେ । ଆଜି ରୋଷେୟା ଟିମ ପୁରୀ ଗ୍ରସ୍ତ କରିଛନ୍ତି । ଦିନକୁ ୧୦୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା