ଆଜି ସକାଳେ ପହଞ୍ଚିଲା GITAM ବିଶ୍ୱବିଦ୍ୟାଳୟ ମାଲିକଙ୍କ ମରଶରୀର: ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁନେତାଙ୍କ ସମାଗମ

ଡ଼ଃ ଏମ ଭି ଭି ଏସ ମୂର୍ତ୍ତିଙ୍କ ମରଶରୀକୁ ଏୟାରପୋର୍ଟରୁ ଶୋଭାଯାତ୍ରାରେ ସହରକୁ ନିଆଯାଉଛି 


ଡ଼ଃ ଏମ ଭି ଭି ଏସ ମୂର୍ତ୍ତିଙ୍କ ମରଶରୀକୁ ଏୟାରପୋର୍ଟରେ ରାଜ୍ୟମନ୍ତ୍ରୀ ଶ୍ରୀନିବାସ ଙ୍କ ସମେତ ବହୁ ପୁରୁଖାନେତା ଶ୍ରଦ୍ଧାଞ୍ଜଳି ଦେଉଛନ୍ତି 

ବିଶାଖାପାଟଣା(ଜି ଶ୍ରୀନିବାସ ):ତେଲୁଗୁ ଦେଶମ ପାର୍ଟିର founder ସଭ୍ୟ ତଥା ଦକ୍ଷିଣଭାରତର ପ୍ରମୁଖ ଶିକ୍ଷ୍ୟନୁଷ୍ଠାନ GITAM ବିଶ୍ୱବିଦ୍ୟାଳୟର ନିର୍ମାତା ଦୁଇ ଦୁଇ ଥର ବିଶାଖାପାଟଣାରୁ ବିଜୟୀ ହୋଇଥିବା ପୂର୍ବତନ ସାଂସଦ ଡ଼ଃ ଏମ ଭି ଭି ଏସ ମୂର୍ତ୍ତିଙ୍କ ମରଶରୀର ଆମେରିକାରୁ ଆସି ଆଜି ସକାଳ  ଏଠାରେ ତାଙ୍କ ବାସଭବନରେ ପହଞ୍ଚିଛି। ସେ ଏକ ସଡକ ଦୁର୍ଘଟଣାରେ ଗତ ବୁଧବାରଦିନ ଆମେରିକାରେ ମୃତ୍ୟୁବରଣ କରିଥିଲେ।ତାଙ୍କ ସହିତ ଯାଉଥିବା ଆଉ ତିନି ଜଣଙ୍କର ମଧ୍ୟ ମୃତ୍ୟଘାଟିଥିଲା  । ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁନାଇଡ଼ୁ,ସହଧର୍ମିଣୀ ଭୁବନେଶ୍ୱରୀ  ଓ ତାଙ୍କ ପୁତ୍ର ରାଜ୍ୟ ପଞ୍ଚାୟତ ରାଜ ମନ୍ତ୍ରୀ ଏନ ଲୋକେଶ,ବ୍ରହ୍ମନୀଙ୍କ ସମେତ ସପରିବାର ଏୟାରପୋର୍ଟରେ ଆସିପହଞ୍ଚିଯାଇଥିଲେ। ତେଲୁଗୁଦେଶମ ପାର୍ଟିର ବହୁ ପୁରୁଖାନେତାମାନେ ଗଭୀରଶୋକ ପ୍ରକାଶ କରି ଏୟାରପୋର୍ଟରେ ପହଁଚିଯାଇଥିଲେ। ସେଠାରୁ ବିରାଟ ପଟୁଆରରେ ମରଶରୀରକୁ ତାଙ୍କ ଘରକୁ ନିଆଯିବା ପରେ ତାଙ୍କ ଅନୁଷ୍ଠାନ GITAM ବିଶ୍ୱବିଦ୍ୟାଳୟରେ ସର୍ବ ସାଧାରଣାଙ୍କ ଦର୍ଶନ ନିମନ୍ତେ ରଖାଯାଇଥିବା ଆମପ୍ରତିନିଧି ଜଣାଇଛନ୍ତି । 80ବର୍ଷୀୟ ମୂର୍ତ୍ତି ବିଶାଖାପାଟଣା ଲୋକସଭା ଆସନରୁ ବିଜୟୀ ହୋଇ 1991 ରୁ 1996 ଓ 1999 ରୁ 2004 ତେଲୁଗୁ ଦେଶମ ପାର୍ଟିର ସାଂସଦ ଥିଲେ ।ତାଙ୍କର ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି।


ଡ଼ଃ ଏମ ଭି ଭି ଏସ ମୂର୍ତ୍ତିଙ୍କ ମରଶରୀକୁ ତାଙ୍କ ବାସଭବନରେ ଯୁବନେତା ଅଦାରୀ କିଶୋର କୁମାର ଶ୍ରଦ୍ଧାଞ୍ଜଳି ଦେଉଛନ୍ତି 

ଡ଼ଃ ଏମ ଭି ଭି ଏସ ମୂର୍ତ୍ତିଙ୍କ ମରଶରୀକୁ ସହରର ସାଧାରଣ ଜନତା ଶେଷ ଦର୍ଶନ ସହ  ଶ୍ରଦ୍ଧାଞ୍ଜଳି ଦେଉଛନ୍ତି