ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ହେଉଛି ସୂର୍ଯ୍ୟପରାଗ ଯୋଗୁଁ ସମ୍ପୂର୍ଣ ପାକ ତ୍ୟାଗ କରିବାକୁ ହେବ । ଦେଶର ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଥିବା ବେଳେ ଓଡ଼ିଶାରେ ଏହା ଆଶିଂକ ଭାବେ ଦେଖାଯିବ । ଓଡ଼ିଶାରେ ବଳୟ ସୂର୍ଯ୍ୟପରାଗ ସକାଳ ୧୦ଟା ୩୮ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୮ରେ ଶେଷ ହେବ । ସୁନ୍ଦରଗଡ଼ରେ ୭୨ ପ୍ରତିଶତ ପରାଗ ଦେଖାଯିବାକୁ ଥିବା ବେଳେ ମାଲକାନଗିରିରେ ଏହା ୬୦ ପ୍ରତିଶତ ଦୃଶ୍ୟମାନ ହେବ ବୋଲି ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ୱରରେ ଏହା ୬୫ ପ୍ରତିଶତ ଦୃଶ୍ୟମାନ ହେବ । ପରାଗ ସମମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି । ଅନ୍ୟପକ୍ଷରେ ଆଜି ଦିନ ୧୦ଟା ୩୮ରୁ ପରାଗ ଆରମ୍ଭ ହେଉଥିବାରୁ ଏହାର ୧୨ଘଣ୍ଟା ପୂର୍ବରୁ ଅର୍ଥାତ ଗତକାଲି ରାତି ୧୦ଟା ୩୮ରୁ ପାକ ଛାଡ଼ କରାଯାଇଛି । ପରାଗ ସମୟରେ ଦେବନୀତି, ପାକ ନିଷେଧ ଥିଲେ ବି ଶିଶୁ, ବୃଦ୍ଧ ଓ ରୋଗୀଙ୍କ ପାଇଁ ପାଳନୀୟ ନୁହେଁ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି । ଏହି ପରାଗ ଦେଶରେ ବିଭିନ୍ନ ପ୍ରକାର ଅଘଟଣ ଦେଖାଦେବ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି ।