

ଛତ୍ରପୁର (ସମୃଦ୍ଧ ଓଡିଶା) ବିଶ୍ୱ ନିର୍ମାତା ବିଶ୍ଵକର୍ମାଙ୍କ ଆଜି ହେଉଛି ପୂଜା । ଆଜିର ଏହି ପବିତ୍ର ଦିନରେ ଛତ୍ରପୁର ବ୍ଳକ ଓ ଏନଏସିର ବିଭିନ୍ନ ସ୍ଥାନରେ ବିଭିନ୍ନ ଶିଳ୍ପ ସଂସ୍ଥା ଶିକ୍ଷା ଅନୁଷ୍ଠାନରେ ଧୂମ ଧାମରେ ପାଳନ କରାଯାଇଛି ବିଶ୍ଵକର୍ମା ପୂଜା । ଛତ୍ରପୁର ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ଵକର୍ମାଙ୍କ ମୃତି ସ୍ଥାପନ କରାଯାଇ ରଙ୍ଗୀନ ଆଲୋକରେ ସଜ୍ଜିତ କରାଇ ବିଶ୍ଵକର୍ମାଙ୍କ ପୂଜା ପାଳନ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ସହ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରଏ ଠାକୁରଙ୍କ ଦର୍ଶନ କରି ପୂଜା କରିଥିଲେ । ଏହାସହ ଆଜିର ସନ୍ଧ୍ୟାରେ ଭୁବନେଶ୍ୱରରୁ ଏକ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



