ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବ୍ରହ୍ମପୁର ଏଡିଜେ-୧ ଏହି ରାୟ ଶୁଣାଇଛନ୍ତି । ଏନେଇ ସରକାରୀ ଓକିଲ ଜ୍ଞାନେନ୍ଦ୍ର ଜେନା ସୂଚନା ଦେଇ କହିଛନ୍ତି, ଆଇପିସି ଧାରା ୧୨୧ ଅନୁସାରେ ସବ୍ୟସାଚୀଙ୍କୁ ଦେଶଦ୍ରୋହ ଅପରାଧରେ ଆଜୀବନ ସଜା ଦିଆଯାଇଛି । ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସବ୍ୟସାଚୀ ୨୦୧୪ ଜୁଲାଇ ୧୭ ତାରିଖରେ ଗିରଫ ହୋଇଥିଲେ । ପୋଲିସ୍ ତାଙ୍କୁ ବ୍ରହ୍ମପୁର ମଙ୍ଗଳବାରପେଟା ସାହିରୁ ମଧ୍ୟରାତ୍ରିରେ ଗିରଫ କରିଥିଲା । ଗିରଫ ବେଳେ ତାଙ୍କ ଠାରୁ ଟଙ୍କାସୁନା ସହ ମାରଣାସ୍ତ୍ର ଜବତ କରିଥିଲା । ପୂର୍ବରୁ ସେ ୫୨ଟି ମାମଲାରେ ଖଲାସ ହୋଇଥିଲେ । ଏହି କାରାଦଣ୍ଡାଦେଶ ଉପରେ ଉପର କୋର୍ଟକୁ ଯିବେ ବୋଲି ସବ୍ୟସାଚୀଙ୍କ ଓକିଲ କହିଥିବା ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା