

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ସଖୀ କେନ୍ଦ୍ରକୁ (ୱାନ ଷ୍ଟପ ସେଣ୍ଟର) ମଙ୍ଗଳବାର ପୂର୍ବାହ୍ନ ସମୟରେ ଜିଲାପାଳ ଅଚାନକ ଗସ୍ତ କରିଥିଲେ । କେନ୍ଦ୍ର ଉଦଘାଟନ ପରେ କିପରି କାର୍ଯ୍ୟକାରୀ ହେଉଛି ତାହା ଅନୁଧ୍ୟାନ କରିବା ସକାଶେ ଜିଲ୍ଲାପାଳ ପ୍ରମୋଦ ବେହେରା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୱହିଦା ବେଗମ ଅତର୍କିତ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ରର ବିଭିନ୍ନ ନଥିପତ୍ର ଯାଞ୍ଚ କରିବା ସହ ନିର୍ଭୁଲ ଭାବେ ଏଠାକୁ ଆସୁଥିବା ହିତାଧିକାରୀ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ରଖିବା ପାଇଁ ଉପସ୍ଥିତ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିଥିଲେ । ଏଥିସହ ଏଠାରେ କାର୍ଯ୍ୟରତ କର୍ମଚାରୀ ଆସନ୍ତା ଦିନରେ କ୍ରିୟାଶୀଳ ରୂପେ କାର୍ଯ୍ୟକରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦଇଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ