

ଫୁଲନଖରା (ସମୃଦ୍ଧଓଡିଶା) କଟକ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଓ ସୁଭଦ୍ରା ଯୋଜନା ଅନ୍ତର୍ଗତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମହାଆଡମ୍ବରରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜିକ ଲେପ୍ଟନାଣ୍ଟ ପ୍ରଜ୍ଞା ବେହେରା ଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଶକୁନ୍ତଳା ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରଶିକ୍ଷାର୍ଥୀଙ୍କୁ ଆତ୍ମରକ୍ଷା କୌଶଳର ପ୍ରକୃତ ଉଦ୍ଧେଶ୍ୟ ସମ୍ପର୍କରେ ବୁଝେଇ ଥିଲେ । ଉତ୍ସବରେ ଉପସ୍ଥିତ ମହାବିଦ୍ୟାଳୟର ପ୍ରସାଶନିକ ଅଧିକାରୀ ଡ଼ଃ ବଂଶୀଧର ଦାଶ, ପ୍ରଧ୍ୟାପକ ସମୀର କୁମାର ରାଉତ, ଅଧ୍ୟାପିକା ଡଃ ବିନୋଦିନୀ ଦାସ ଆତ୍ମରକ୍ଷା ଶିକ୍ଷାର ଉପଯୋଗୀତା ଏବଂ ଆବଶ୍ୟକତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ମୁଲ୍ୟବାନ ପରାମର୍ଶ ଦେଇଥିଲେ । ସୁଭଦ୍ରା ପ୍ରତିଯୋଗିତା ର ସଂଯୋଜିକା ଡଃ ବିନୋଦିନୀ ଦାସ କୃତି ଛାତ୍ରଛାତ୍ରୀମାନଙ୍କ ନାମ ଘୋଷଣା କରିଥିଲାବେଳେ ଅଧ୍ୟକ୍ଷା ଓ ଅନ୍ୟ ଅତିଥି ମାନେ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ଲେପ୍ଟନାଣ୍ଟ ପ୍ରଜ୍ଞା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର