

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଆଥେଲେଟିକ ଆସୋସିଏସନ୍ ପକ୍ଷରୁ ଅଜୟ ମେମୋରିଆଲ ଅଲ୍ ଓଡ଼ିଶା ଇନଭାଇଟେସନ ବାସ୍କେଟ ବଲ୍ ଟୁର୍ଣ୍ଣାମେଣ୍ଟ ଗତକାଲି ବ୍ରହ୍ମପୁର ଏସ୍ପି ଅଫିସ୍ ସ୍ଥିତ ସ୍ପୋର୍ଟସ ଏରେନାର ଠାରେ ଉଦ୍ଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିବା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସାମନ୍ତରାୟ ଏକାଡେମୀ ନିର୍ଦ୍ଦେଶକ ଦେବାଶୀଷ ସାମନ୍ତରାୟ, ଆସ୍ଥା ହସ୍ପିଟାଲ୍ ଏମ୍.ଡି. ପ୍ରଭାକର ପାଢୀ, ରୋଟାରି କ୍ଲବ୍ ଅଫ୍ ବ୍ରହ୍ମପୁର ସେଣ୍ଟ୍ରାଲ୍ ସଭାପତି ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଚିକିତ୍ସକ ଡା. ଗଣେଶ୍ୱର ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଯୋଗିତାରେ ୮ଟି ପୁରୁଷ ଦଳ ଓ ୩ଟି ମହିଳା ଟିମ୍ ଭାଗ ନେଇଛନ୍ତି । ପୁରୁଷ ଦଳରେ ଗଞ୍ଜାମ- ଏ, କଟକ ଜିଲ୍ଲା କ୍ରୀଡ଼ା ସଂଘ, ଭୁବନେଶ୍ବର କ୍ରୀଡ଼ା ସଂଘ, ସେଲେଟିକ୍ସ କ୍ଲବ୍ (କଟକ) ଏବଂ ଓଡ଼ିଶା ଷ୍ଟୁଡେଣ୍ଟ୍ କ୍ଲବ୍ (କଟକ), ଇସ୍ପାତ୍ ସ୍ପୋଟିଂ କ୍ଲବ୍ (ରାଉରକେଲା), ଖୋର୍ଦ୍ଧା ଜିଲ୍ଲା ବାସ୍କେଟ୍ବଲ ସଂଘ ଓ ଗଞ୍ଜାମ- ବି ଟିମ୍ । ମହିଳା ଦଳରେ ୩ଟି ଗଞ୍ଜାମ ଏ ଓ ଭୁବନେଶ୍ବର ରହିଛି । ରବିବାର ଉଦ୍ଯାପିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ବ୍ରହ୍ମପୁର ପୋଲିସ ଜିଲ୍ଲା ମୁଖ୍ୟାଳୟ ସ୍ପୋର୍ଟସ ଏରେନା ଠାରେ ଖେଳାଯିବ । ରବିବାର ଉଭୟ ସେମିଫାଇନାଲ୍ ସହ ପୁରୁଷ ଓ ମହିଳା ବର୍ଗର ଫାଇନାଲ୍ ଖେଳ ହେବ । ଆସୋସିସନ ସାଧାରଣ ସମ୍ପାଦକ ଅଶୋକ ସାହୁ, ଟୁର୍ଣ୍ଣାମେଣ୍ଟ୍ ଅର୍ଗାନାଇଜିଂ ସେକ୍ରେଟାରୀ ଶରତ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ଉପେନ୍ଦ୍ର ପଟ୍ଟନାୟକ, ଓଡିଶା ବକ୍ସି ରେଫେରୀ (କୋଚ)ଶିବ ରାମ ପାତ୍ରଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ପାତ୍ର, ସଞ୍ଜୟ ହୋତା, ପ୍ରଶାନ୍ତ ରାଉତ, ଶିଶିର ପାଣିଗ୍ରାହୀ, କାଜଲ ସାହୁ, କାଳୀ ରଥ, ସୁମନ ମିଶ୍ର ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା






