ଛତ୍ରପୁର (ସମୃଦ୍ଧ ଓଡିଶା) ଚିକିଟି ବ୍ଲକ ପତାତାଳି ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ଠାରୁ ଯୁକ୍ତ ୨ ପାଠ୍ୟକ୍ରମ ଖୋଲିବା ନିମନ୍ତେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ ଗଞ୍ଜାମ ଜିଲ୍ଲାର ଶେରଗଡ଼, ରଙ୍ଗେଇଲୁଣ୍ଡା, କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ ଓ ଖଲ୍ଲିକୋଟ ବ୍ଲକର ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ୨ ଖୋଲିବା ପାଇଁ ସ୍ଥିର କରାଯାଇଛି । କିନ୍ତୁ ପରବର୍ତ୍ତୀ ସମୟରେ ରଙ୍ଗେଇଲୁଣ୍ଡାର କରାପଲ୍ଲୀ, ଶେରଗଡ଼ ପାକିଡି ଓ କବିସୁର୍ଯ୍ୟନଗରର ବଡଆଗୁଳ ଆଦର୍ଶ ବିଦ୍ୟାଳୟ ବଦଳରେ ଚିକିଟିର ପିତାତଳି, ସୋରଡ଼ାର ବ୍ଲକ ହେଡ଼କ୍ୱାର୍ଟର ଓ ପୋଲସରାର ହାତୀଓଟ ଠାରେ ଖୋଲିବା ପାଇଁ ପ୍ରସ୍ତାବ ରହିଥିବା ସୂଚନା ରହିଛି । ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଚଳିତ ଶିକ୍ଷା ବର୍ଷରୁ ହିଁ ଯୁକ୍ତ ୨ ପାଠ୍ୟକ୍ରମ ଖୋଲିବାକୁ ଜିଲ୍ଲପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା