

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଚନ୍ଦ୍ରମାଦେଇପୁର ଗ୍ରାମ ଠାରେ ଆଦର୍ଶ ଶିକ୍ଷକ ସ୍ୱର୍ଗତ ବିନାୟକ ଦାଶଙ୍କ ସୃତି ଚାରଣ ସଭା ଉପଲକ୍ଷେ ଦିବ୍ୟାଙ୍ଗ ଭଜନ ସମାରୋହ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ବହୁ ମାନ୍ୟଗଣ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

