

ପାତ୍ରପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ ବାଘଲଟି ଭଣ୍ଡାର ଦେଇ ଦୁର୍ଗମ ଜଙ୍ଗଲ ମଧ୍ୟରେ ଚାଲି ଚାଲି ଆରପାରି ଥିବା ଗ୍ରାମ ମାନଙ୍କରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିବା ଜଣାପଡିଛି । ସୂଚନା ଅନୁଯାୟୀ ସାତ ଟି ଗାଁର ଲୋକଙ୍କ ସହ ମିସି ଆଦିବାସୀଙ୍କ ସମସ୍ୟା ବୁଝିଥିଲେ ପୂର୍ବରୁ ବଣିଆ ପସା ସ୍ଥାନାନ୍ତର କରାଯାଇଥିଲା ବେଳେ ବର୍ତ୍ତମାନ ଅନ୍ୟ ସାତ ଟି ଗାଁର ସ୍ଥାନାନ୍ତର ହେବାକୁ ଥିବାବେଳେ ସେଥିରୁ ତିନି ଟି ଗାଁର ଲୋକେ ରାଜି ନ ଥିଲେ । କିଛି ଆଲୋଚନା କରିବା ପରେ ରାଜି ହୋଇଥିଲେ ଓ କିଛି ସମସ୍ୟାର ଅଭିଯୋଗ ମଧ୍ୟ ଶୁଣିଥିଲେ । ଉପଜିଲ୍ଲାପାଳଙ୍କ ସହ ପାତ୍ରପୁର ତହସିଲଦାର ଡ.ଶ୍ରୀନୁବାସ ବେହେରାଙ୍କ ସମେତ ସମସ୍ତ ଉପଜିଲ୍ଲାପାଳଙ୍କ ଦୁର୍ଗ ଅଞ୍ଚଳ ଗସ୍ତକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକାଶ କରାଯାଉଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
