ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ରାଇବଣିଆ ଥାନାର ଉପାନ୍ତରେ ଥିବା ଏକ ଗାଁର ଜଣେ ଆଦିବାସୀ ଛାତ୍ରୀଙ୍କୁ ପଶ୍ଚିମବଂଗର ୫ ଜଣ ଯୁବକ ଜଂଗଲକୁ ନେଇ ଗଣ ଦୁଷ୍କର୍ମ କରିବା ପରେ ଉଲଗ୍ନ ଫଟୋ ଗୁଡିକୁ ମୋବାଇଲରେ ଉତ୍ତଳନ କରି ୫ ମାସ ପରେ ଭାଇରାଲ କରାଇବା ଘଟଣାର ମାଷ୍ଟର ମାଇଣ୍ଡକୁ ଜଳେଶ୍ୱର ପୋଲିସ୍ ଆଇଆଇସି ଗିରଫ କରିଛି । ଅନ୍ୟ ୪ଜଣଙ୍କୁ କାବୁ କରିବାପାଇଁ ପୋଲିସ୍ ପ୍ରଚେଷ୍ଟା ଜାରି ରଖିଛି । ଓଡିଶା ଓ ପଶ୍ଚିମବଂଗ ସୀମା ରାଇବଣିଆ ଥାନା ଅନ୍ତର୍ଗତ ସର୍ଦ୍ଦାରବନ୍ଧ ପଂଚାୟତର ବୋଇତାଳୁ ପଦା ଗାଁର ଜନୈକ ୧୦ମ ଶ୍ରେଣୀ ପରୀକ୍ଷାର୍ଥୀ ତଥା ନା ବାଳିକା ଗତ ଅକ୍ଟୋବର ୨୮ ତାରିଖ ଅପରାହ୍ନରେ ରାଇକେଲରେ ଗାଁ ମୁଣ୍ଡକୁ ଯାଇଥିବା ବେଳେ ପଶ୍ଚିମବଂଗର ଝାଡଗ୍ରାମ ଜିଲାର ନୟାଗ୍ରାମ ଥାନା ଅନ୍ତର୍ଗତ ଯାଦୁକଟା ଗାଁର ସୁବାଷ ମୁର୍ମୁ ଓରଫ ମିଥୁନ ଓ ଅନ୍ୟଜଣେ ସାଙ୍ଗ ନିକଟସ୍ଥ ଜଂଗଲକୁ ଟେକିନେଇଥିଲେ । ଫୋନଯୋଗେ ଅନ୍ୟ ୩ଜଣ ଯୁବକକୁ ଘଟଣାସ୍ଥଳକୁ ଡକାଇ ଗଣ ଦୁଷ୍କର୍ମ ପରେ ଉଲଗ୍ନ କରି ବିଭିନ୍ନ ପୋଜ୍ରେ ଫଟୋ ନେଇଥିଲେ । କିନ୍ତୁ ନା ବାଳିକା ଜଣକ ଲଜ୍ଜାରେ ଏକଥା କୁଆଡେ କହିନଥିଲା । କିନ୍ତୁ ୫ ମାସପରେ ଏହି ଫଟୋ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲିବାରୁ ପରିବାରର ଲୋକେ ଘଟଣା ସଂପର୍କରେ ଜାଣିପାରିଥିଲେ । ଶେଷରେ ନା ବାଳିକାର ମା ରାଇବଣିଆ ଥାନାରେ ଅଭିଯୋଗ କରିବାରୁ ୧୮/୧୯ରେ ଏକ ମାମଲା ରୁଜୁ ହୋଇଥିଲା । ଏପରି ଏକ ସମ୍ବେଦନଶୀଳ ଘଟଣାରେ ବାଲେଶ୍ୱର ଏସ୍ପି ଜଳେଶ୍ୱରର ଆଇଆଇସି ପ୍ରଦୀପ କୁମାର ମାଝୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶଯୋଗ୍ୟ ଭାଇରାଲ ହୋଇଥିବା ଚିତ୍ର ସଂପର୍କରେ ଫଟୋଉତ୍ତଳନ ନ କରିବାକୁ ନା ବାଳିକାଟି ଅତି କାକୁତି ମିନତୀ ଓ କାନ୍ଦ କାନ୍ଦ ଅବସ୍ଥାରେ କହୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଳେଶ୍ୱର ଆଇଆଇସି ଶ୍ରୀ ମାଝୀ ପର୍ଯ୍ୟାୟକ୍ରମେ ଘଟଣାସ୍ଥଳକୁ ଯାଇ ଘଟଣା ସଂପର୍କରେ ଅନୁଧ୍ୟାନ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ । ହଠାତ୍ ସେ ନୟାଗ୍ରାମ ଥାନା ସହାୟତାରେ ସୁବାସ ମୁର୍ମୁ ଓ ମିଥୁନ୍କୁ ତା ନିଜ ଗାଁରୁ ଗିରଫ କରିବାରେ ସଫଳ ହୋଇଥିଲେ । ଗତ ଶନିବାର ନା ବାଳିକା ଓ ସୁବାସର ଡାକ୍ତରୀମାଇନା କରାଯିବାପରେ ସୁବାଷକୁ ବାଲେଶ୍ୱରର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଥିବା ଜଣାଯାଇଛି । କିନ୍ତୁ ଦୁଷ୍କର୍ମ ଦିନ ଅନ୍ୟଜଣେ ମୁଖ୍ୟ ଅଭିଯୁକ୍ତ ଦିଲ୍ଲିପ ବାସ୍କେ ବୋଲି ଯୁବକ କୁହାଯାଉଥିବା ବେଳେ ଏବେ ତାର ନାମ କାଳିଆ ବୋଲି ସୁବାଷ ପ୍ରକାଶ କରିଛି । ଘଟଣାଟି ଉପାନ୍ତ ଓଡିଶା ଓ ପଶ୍ଚିମ ବଂଗର ଆଲୋଚ୍ୟର ବିଷୟ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା