
ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାର ପ୍ରତ୍ୟେକ ଭାରତୀୟଙ୍କୁ ମାଗଣାରେ ଆଧାରକାର୍ଡ ଯୋଗାଇବାର କାର୍ଯ୍ୟ କରୁଥିବା ବେଳେ ଜଳେଶ୍ୱର ବ୍ଲକର ନାମ୍ପୋ ହସ୍ପିଟାଲ ନିକଟସ୍ଥ ଦାସ ଷ୍ଟୁଡିଓଠାରେ ସେକ୍ ଅବଦୁଲ ନାମକ ଜନୈକ ବ୍ୟକ୍ତି ଅଧାରକାର୍ଡ ବନାଇବା ଲାଗି ପ୍ରତ୍ୟେକଙ୍କଠାରୁ ୨୫୦ଟଙ୍କା ନେଉଥିବାର ଅଭିଯୋଗ ହୋଇଛି । ଏପରିକି କେତେକଙ୍କ ଠାରୁ ଅର୍ଥ ଗ୍ରହଣ କରିଥିଲେ ମଧ୍ୟ ସେମାନେ ଆଧାରକାର୍ଡ ପାଇନଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଜଣାଯିବା ପରେ ନାମ୍ପୋଗାଁର ଅକ୍ଷୟ କୁମାର ଜେନା, ଦିଲ୍ଲିପ କୁମାର ଦାସ, ଗୋପାଳ କୃଷ୍ଣ ଜେନା, ପରମେଶ୍ୱର ପ୍ରମାଣିକ, ଅନନ୍ଦ ଦେ, ଅନନ୍ତ ରାଉଳ, ସେକ୍ ସତ୍ତାର, ବିନ୍ଦୁ ଗୋପାଳ ଦାସ, କମଳ ପ୍ରମାଣିକ, ଆନୁଆର ସାହା, କମଳଲୋଚନା ଦାସ, ଗୋବର୍ଦ୍ଧନ ରାଉଳ ପ୍ରମୁଖ ଏ ସଂପର୍କରେ ଜଳେଶ୍ବର ବିଡିଓ, ତହସିଲଦାର ଓ ଜିଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।