ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପୀମୋହନପୁର ପଂଚାୟତର ସରସୀଦା ଗାଁରେ ଅବସ୍ଥିତ ଆନନ୍ଦାୟନ କନ୍ୟାଶ୍ରମରେ ନାମ୍ପୋସ୍ଥିତ ସାଇସୋସିଏଲ ସର୍ଭିସ୍ ଅର୍ଗାନାଇଜେସନ୍ ପକ୍ଷରୁ ଛାତ୍ରୀମାନଙ୍କ ଗହଣରେ ଦୀପାବଳୀ ଅବସରରେ ମହମବତୀ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି କନ୍ୟାଶ୍ରମରେ ରହୁଥିବା ଅନ୍ତେବାସୀମାନେ ଅନାଥ ହୋଇଥିବାରୁ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ କାଞ୍ଚନବାଳା ପରିଡା ଏପରି ଏକ ଅନୁଷ୍ଠାନ ଗଠନ କରି ସେମାନଙ୍କ ଭରଣପୋଷଣା ଓ ଶିକ୍ଷାର ବ୍ୟବସ୍ଥା କରିଛନ୍ତି । ସାଇସୋସିଏଲ୍ ଅର୍ଗନାଇଜେନ୍ ପକ୍ଷରୁ ସଭାପତି ଶଶିଶେଖର ଜେନା, ସମ୍ପାଦିକା ଲୋପାମୁଦ୍ରା ରାଉଳ, ଉପଦେଷ୍ଟା ଅରୁଣ ରାଉଳଙ୍କ ସହିତ ଉମାକାନ୍ତ ଭୂୟାଁ, ନରେଶ ଦାସ, ନିର୍ମଳ ରଣା, ତାପସୀ ରାଉଳ, ଆରୋହନ ରାଉଳ, ମାନସ ଭୂୟାଁ, କଳ୍ପନା ଜେନା, ସଂଗ୍ରାମ ରାଉଳ, କପିଳଚନ୍ଦ୍ର ଦାସ, ସୁକୁମାର ମୁର୍ମୁ, ଅବିନାଶ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବିଜୁ ଯୁବବାହିନୀର ମାନସ ରଂଜନ ଧଳ ପରିଚାଳନା କରିଥିବା ବେଳେ ଆଶ୍ରମର ପରିଚାଳକ ତଥା ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ସିଂହ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା