ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ଼ ଫନି ବାତ୍ୟା ପ୍ରଭାବରେ ସର୍ବାଧିକ କ୍ଷତି ଘଟାଇଥିବା ବ୍ରହ୍ମଗିରି, ସାତପଡ଼ା, କୋଣାର୍କ ଓ ଗୋପ ବ୍ଲକର ବିଭିନ୍ନ ଅଞ୍ଚଳରେ ଆନନ୍ଦ ମାର୍ଗ ୟୂନିର୍ଭସାଲ ରିଲିଫ ଟିମ (ଆମର୍ଟ-ଗ୍ଲୋବାଲ) ପକ୍ଷରୁ ୩୪ରୁ ଅଧିକ ଗ୍ରାମରେ ଶହ ଶହ ଅସହାୟଙ୍କ ସେବାରେ ଗଛକଟା ଭଳି ସେବା କାର୍ଯ୍ୟ ସହ ରିଲିଫ ସେବା ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଛି, ଯାହାଦ୍ୱାରା ଉକ୍ତ ଅଞ୍ଚଳ ଗୁଡିକରେ ୪୦ରୁ ଉର୍ଦ୍ଧ ସ୍ୱେଚ୍ଛାସେବୀଙ୍କ ଅକ୍ଲାନ୍ତ ପରିଶ୍ରମ ସହ ସ୍ଥାନୀୟ ଜନତାଙ୍କ ସହଯୋଗରେ ରିଲିଫ ବଣ୍ଟନ କରାଯାଉଛି । କୃଷ୍ଣ ପ୍ରସାଦ ବ୍ଲକର ସାତପଡ଼ା, ସିପକୁଦା, ଗୁପ୍ତପୁର, ଜଗନ୍ନାଥ ପୁର, ବ୍ରହ୍ମଗିରି ବ୍ଲକର ରେବଡ଼ା, ନୁଆଁଗାଁ, ଆଲିଆପଟୁ ଭଳି ବହୁ ଗ୍ରାମ ସହ ଗୋପ ବ୍ଲକର କୋଣାର୍କ, ଅଚ୍ୟୁତପୁର, ବିରିପଡା, ନୀଳକଣ୍ଠେଶ୍ଵର, ସୁତନ ଓ ବିରିଜଙ୍ଗା ଅଞ୍ଚଳରେ ୪ଟି କ୍ୟାମ୍ପରେ ପାନୀୟ ଜଳ ଯୋଗାଣ, ଶୁଖିଲା ଖାଦ୍ୟ, ଚୁଡା, ଗୁଡ, ବିସ୍କୁଟ, ତାରପୋଲିନ, ଟର୍ଚ୍ଚଲାଇଟ(LED), ବେଡ଼ସିଟ, ଛତୁଆ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଅଛି । ଉକ୍ତ ରିଲିଫ ସେବା କାର୍ଯ୍ୟରେ ଆମାର୍ଟ-ଗ୍ଲୋବାଲ ଜାତୀୟ ସମ୍ପାଦକ ଆଚାର୍ଯ୍ୟ ଅବନୀନ୍ଦ୍ରାନନ୍ଦ, ରାଜ୍ୟ ସଂଯୋଜକ ଆଚାର୍ଯ୍ୟ ଜୟଶିବାନନ୍ଦ, ଭୁବନେଶ୍ୱର ଆଞ୍ଚଳିକ ପ୍ରମୁଖ ଆଚାର୍ଯ୍ୟ ପ୍ରଭଦ୍ରାନନ୍ଦ, କୋଣାର୍କ ଆଞ୍ଚଳିକ ପ୍ରତିନିଧି ଆଚାର୍ଯ୍ୟ ବିମୁକ୍ରାନନ୍ଦ, ବାଲେଶ୍ୱରରୁ ଆସିଥିବା ଆଚାର୍ଯ୍ୟ ସତସୁବାନନ୍ଦ, ଜ୍ୟୋତିମୟ ବ୍ରହ୍ମଚାରୀଙ୍କ ସହ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିର ଗୁଡିକରେ ସକ୍ରିୟ ଭୂମିକାରେ ସ୍ୱେଚ୍ଛାସେବୀ ସୂର୍ଯ୍ୟ ନାରାୟଣ ବେହେରା, ରବି ରାଉତରାୟ, ଗୌରୀ ମହାନ୍ତି, ଭିକାରି ନାୟକ, ଦିପୁ ଭାଇ, ସୁଦର୍ଶନ ସାହୁ, ଭାରତ ଭୂଷଣ ଚୌଧୁରୀ ମହାପାତ୍ର, ପ୍ରମୁଖ ସହଯୋଗ କରିଥିଲେ । ପ୍ରଗତିଶ୍ରୀଲ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ତଥା ଆଇନଜୀବୀଙ୍କ ମୁଖ୍ୟ ସଂଯୋଜକରେ ରିଲିଫ ଓ ସେବା କାର୍ଯ୍ୟ ଆହୁରି ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଉକ୍ତ ରିଲିଫ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ଓ ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ସେବା କାର୍ଯ୍ୟ କରାଯାଉଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା