
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆନ୍ତଃର୍ଜାତୀୟ ସ୍ତରେ ନେପାଳ, ରୁଷିଆ, ବାଙ୍ଗଲାଦେଶ, ଦୁବାଇ, ଥାଇଲାଣ୍ଡା, ଭିଏତ୍ନାମ ଓ ସାଲଭେନିଆ ସହିତ ଭାରତର ମୋଟ ୩୨ଜଣ ଚିତ୍ରଶିଳ୍ପୀ ଭାଗ ନେଉଥିବା ବେଳେ ଭାରତରୁ ୧୪ଜଣ ଯୋଗ ଦେଉଥିବାର ଅନ୍ୟତମ ଆୟୋଜକ ଜଳେଶ୍ୱର ଆର୍ଟ ଫାଉଣ୍ଡେସନର ସଂପାଦକ ମୁକ୍ତିପଦ ନନ୍ଦି ଏଠାରେ ଏକ ପେସ୍ ବିବୃତିରେ କହିଛନ୍ତି । ଆସନ୍ତା ଡିରେମ୍ବର ୧ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଧର୍ମଶାଳାରେ ଏହି ଆନଃର୍ଜତୀୟ ଚିତ୍ରଶିଳ୍ପୀ ଶିବିରରେ ଓଡିଶାର ୭ଜଣ କେଶୁ ଦାସ, ମୁକ୍ତିପଦ ନନ୍ଦି, ଶଶଧର ପତି, ଶୁଭସ୍ମିତା ଘଡେଇ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ସଞ୍ଜିବ ବିଶ୍ୱାଳ ଓ ପ୍ରସନ୍ନ କୁମାର ସ୍ୱାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମୁକ୍ତିପଦ ଏହି ଶିବିରରେ ୨ୟଥର ପାଇଁ ଯୋଗ ଦେବାକୁ ସୁଯୋଗ ପାଇଥିବା ବେଳେ ପଞ୍ଜାବର ପ୍ରବାଲ ପ୍ରମାଣିକ ସୋସାଇଟି ଅଫ ଆର୍ଟ ଏକାଡେମୀ ଏହାର ମୁଖ୍ୟ ଆୟୋଜକ ଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା