

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଏକ ବଡ ଧରଣର ପରିବେଶ ସୁରକ୍ଷା ଅଭିମୁଖେ ସମସ୍ତ ନୌସେନା କର୍ମୀ, ପ୍ରତିରକ୍ଷା ସୁରକ୍ଷା କର୍ମୀ, ଅର୍ଦ୍ଧସୈନିକ କର୍ମଚାରୀ ପ୍ରଶିକ୍ଷାର୍ଥୀ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଏନସିସି ତଥା ଚିଲିକା ପରିବାରର ସମସ୍ତ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଅନ୍ତର୍ଜାତୀୟ ତଟ ସଫା ଦିବସ ଉପଲକ୍ଷେ ସମସ୍ତ କର୍ମୀ ଚିଲିକାକୂଳର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ପ୍ରଶିକ୍ଷାର୍ଥୀ ମାନେ ୱେଲର ନୌକା ସାହାର୍ଯ୍ୟରେ କାଳିଜାଇ ଦ୍ୱୀପ ପର୍ଯ୍ୟନ୍ତ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଓ ଏନସିସି ପିଲାମାନେ ୧୦ କିମି ଦୂରରେ ଥିବା ଆଲପୁର ଠାରେ କୂଳ ସଫା କରିଥିଲେ । ଏହି ଅଭିଯାନରେ ଆଇଏନଏସ ଚିଳିକାରୁ ପ୍ରାୟ ୪୦୦ ଜଣ କର୍ମଚାରୀ ଏକ ବଡ ଧରଣର ଅଭିଯାନ ସକାଳ ୬ଟା ଠାରୁ ଆରମ୍ଭ କରିଥିଲେ । ତଟ ସଫା ଅଭିଯାନ ପୂର୍ବରୁ ସମସ୍ତଙ୍କୁ ଅଭିନବ ପ୍ରଣାଳୀରେ ଘରର ବର୍ଜ୍ୟବସ୍ତୁ ପରିତ୍ୟାଗ ପାଇଁ ଅବଗତ କରାଯାଇଥିଲା । ସ୍ଥାନୀୟ ଅଧିବାସୀମାନେ ଗ୍ୟାସ ବେଗ ଥଳି ସାହାର୍ଯ୍ୟରେ ଏକ କେନ୍ଦ୍ରୀୟ ଟିମ ଦ୍ୱାରକୁ ଦ୍ୱାରା ଯାଇ ବର୍ଜ୍ୟବସ୍ତୁ ଆବର୍ଜନା ସଂଗ୍ରହ ପାଇଁ ଊତ୍ସହିତ କରିଥିଲେ । ଏହି ସଚେତନ ଅଭିଯାନ ସମସ୍ତଙ୍କୁ ତଟରେ ପ୍ଲାଷ୍ଟିକ ଓ ଜୈବିକ ବର୍ଜ୍ୟ ବିଘଟନର ଖରାପ ପ୍ରଭାବ ଉପରେ ଅନୁଭବ କରାଇଥିଲେ ।ଆଇଏନଏସ ଚିଲିକାର ଏହି ପଦକ୍ଷେପକୁ ସ୍ଥାନୀୟ ଅଧିବାସୀମାନେ ଉତ୍ସାହରେ ଗ୍ରହଣ କରିଥିଲେ ଏବଂ ଆଲପୁରର ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହେବା ସଂଗେ ସଂଗେ ସେମାନଙ୍କର ଯୋଗଦାନ ମିଳିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

