

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ସତ୍ୟବାଦୀ ହାଇସ୍କୁଲ ଠାରେ ୭୧ ତମ
ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ପାଳନ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଉଦ୍ଧବ ମୋହନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଖୁର୍ସିଦା ବେଗମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାନବିକ ଅଧିକାର ଦିବସର ପାଳନର ମହତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ମାନବିକ ଅଧିକାର କ୍ଷୁର୍ଣ୍ଣ ସମୟରେ ଛାତ୍ରଛାତ୍ରୀ ମାନଙ୍କ ସମାଜରେ କଣ ଭୁମିକା ରହିବା ଉଚିତ ପ୍ରଧାନ ଶିକ୍ଷକ ତାଙ୍କ ବକ୍ତବ୍ୟରେ ବୁଝାଇଥିଲେ । ଦ୍ୱିଭାଷିକ ପତ୍ରିକା ସଦାଏ-ଓଡିଶାର ସମ୍ପାଦକ ସେକ୍ କୁରେଶ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ମାନବିକ ଅଧିକାରର ୩୦ ଗୋଟି ମୁଖ୍ୟ ବିଷୟ ଉପରେ ବର୍ଣ୍ଣନା କରିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥି ସ୍ତମ୍ଭକାର ସୟଦ ସଫିର ଅଲି ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ ଭଳି ସମାଜର ମୌଳିକ ଆବଶ୍ୟକତା ଗୁଡ଼ିକ ପାଇବାର ଅଧିକାର ଉପରେ ଆଲୋକ ପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମାନବିକ ଅଧିକାର ଉପରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତାର ଆୟୋଜନ କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ତସଲିମା ରୋଜାଲିନ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋବାଲିନ୍ ନାୟକ, ଅସୀମା ରାଣୀ ଆଚାର୍ଯ୍ୟ, ଅଖୟ ଜେନା, ମୁଣ୍ମୟୀ ଦାଶ, ଧୃବ ଚରଣ ଗଡନାୟକ, ଚାରୁଲତା ଦଳେଇ, ମମତା ମିଶ୍ର, ପୁଷ୍ପାରାଣୀ ମହାନ୍ତି, ଅନୁପମା ସାହୁ ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି

