


ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲାରେ ଦେଖାଦେଇଛି ହାତୀ ପଲ । ଆନ୍ଧ୍ର-ଓଡିଶା ସୀମାନ୍ତ ଗ୍ରାମରେ ଏହି ହାତୀ ପଲ ଵୁଲୁଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟର କୁନେରୁ ଗ୍ରାମରେ ଏହି ହାତୀପଲ ଦେଖାଦେଇଥିଲେ । ଆନ୍ଧ୍ର ଵନ ବିଭାଗ ହାତୀ ପଲକୁ ଘଉଡାଇବାରୁ ୭ ରହିଥିବା ଏହି ହାତୀପଲ ଓଡିଶା ଆଡକୁ ମୁଁହାଇଥିଲେ । ବର୍ତ୍ତମାନ ଏହି ହାତୀପଲ କେରେଡା, ଅନିଜା, ଏମ୍ପଲଵାଲସା ଗ୍ରାମ ନିକଟରେ ଥିବା ଜଣାପଡିଛି । ଫଳରେ ସାଉଥକୋ ପକ୍ଷରୁ ଵିଦ୍ୟୁତ ସଂଯୋଗ ବନ୍ଦ କରାଯାଇଛି । ହାତୀପଲ ପଶି ଆସିବା ଦ୍ବାରା ଲୋକେ ଭୟଭୀତ ହୋଇପଡିଛନ୍ତି । ନାଗାବଳୀ ନଦୀ କୂଳରେ ମଧ୍ୟ ଵୁଲୁଥିବା ଦେଖାଦେଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ