

ବିଜୟୱାଡା (ସମୃଦ୍ଧ ଓଡିଶା) ଆନ୍ଧ୍ର ପ୍ରଦେଶ ବିଜୟୱାଡାରେ ଥିବା ରାଜ ଭବନକୁ ଡ୍ରୋନ ମାଧ୍ୟମରେ କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ରୂପେ ସୋଡିୟମ ହାଇପୋକ୍ଲୋରାଇଡ଼ ଔଷଧ ଆଜି ସିଞ୍ଚନ କରାଯାଉଛି । ସାରା ରାଜ ଭବନକୁ ସଂକ୍ରମଣ ମୁକ୍ତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ୱ ଭୂଷଣ ହରି ଚନ୍ଦନ ଗତ ବର୍ଷ ଠାରୁ ଏଠାରେ ରାଜ୍ୟପାଳ ରୂପେ କାର୍ଯ୍ୟ କରୁଛନ୍ତି ।



