ପଡୋଶୀ ସୀମାନ୍ତ ଆନ୍ଧ୍ର ଇଚ୍ଛାପୁର, ବ୍ରହ୍ମପୁର, ଛତ୍ରପୁରର କେତେକ ତେଲୁଗୁ ସମ୍ପ୍ରଦାୟର କମା, ବ୍ରାହ୍ମୀଣ, ଧନୀଶ୍ରେଣୀ ଏବଂ ସୃଜନଶୀଳ କୁଟୁମ୍ବଙ୍କ ଘରେ ଘରେ ଦଶହରା ଭିତ୍ତି ଅବସରରେ ଏବେବି ଏହି ନିଆରା ଧର୍ମୀର “ବମଲୁ-ଗୋଲୁ” ପୂଜା ଆସର ସୁନ୍ଦର ଚିତାକର୍ଷକ ଭାବେ ସାଜସଜ୍ଜା କରି ଆୟୋଜିତ କରାଯାଇଥାଏ । କିନ୍ତୁ ଏହି ପାରମ୍ପରୀକ ପ୍ରଥା ଏବେ ବିଲୀନ ହୋଇଆସିଛି । ଭାରତର ହିନ୍ଦୁମନ୍ଦିରରେ ପୂଜାପାଉଥିବା ବିଭିନ୍ନ ଆକୃତିର ଠାକୁରଙ୍କର ମଡେଲ ଯାହା ଭିନ୍ନ ସ୍ୱାଦର ବିଭିନ୍ନ ବର୍ଗର ଛୋଟ ଛୋଟ କଣ୍ଢେଇ ଖେଳଣା ଜାତୀୟ ମୂର୍ତ୍ତିକୁ ସଜାଇ ପ୍ରଦର୍ଶିତ କରାଯାଇଥାଏ । ଶ୍ରୀକୃଷ୍ଣ, ଶିବ, ଗଣେଶ, ରାମ, ଲକ୍ଷ୍ମଣ, ସୀତା, କୁରୁକ୍ଷେତ୍ର, ଗ୍ରାମ୍ୟମିଳନ, ଗ୍ରାମସଭା, ଗ୍ରାମ୍ୟ ସୁନ୍ଦର ପରିବେଶ, ପ୍ରାକୃତିକ ସୌନ୍ଦର୍ଯ୍ୟର ମଡେଲ ସହ ବିଭିନ୍ନ ଦେବା ଦେବୀଙ୍କୁ ସଜାଇ ପୂଜା କରାଯାଇଥାଏ । ଏହା କୁନି କୁନି ଶିଶୁମାନଙ୍କ ପାଇଁ ମନଲୋଭାଣିଆ କରିଥାଏ । ଶିଶୁମାନଙ୍କୁ ମାନଚିତ୍ର ଭାବେ ଅବା ଏକ ମଡେଲ ସଦୃଶ ଧର୍ମ ଭାବନା ଓ ଚଳଣିର ଶିକ୍ଷଣୀୟ ଦେଇଥାଏ । ଏହି ପୂଜା ପୂର୍ବେ ବହୁଳ ଭାବେ ତେଲୁଗୁ ଧନୀ ସମ୍ବ୍ରାନ୍ତଶ୍ରେଣୀଙ୍କ ଘରେ ଘରେ ଆୟୋଜିତ ହୋଇଆସୁଥିଲା । ଏହି ପୂଜା-ପ୍ରଥା ଏବେବି ଆନ୍ଧ୍ରପ୍ରଦେଶରେ ଘରେଘରେ ଦଶହରା କାଳୀଣ ସମୟରେ ଏକ ଶ୍ରଦ୍ଧା, ମଉଜର ଆସର ଭାବେ ପ୍ରତିଯୋଗିତା ମୂଳକ ଭାବେ ପାଳିତ ହୋଇଥାଏ । ଏହି ରୀତିପ୍ରଥାର ପ୍ରଚଳନ ଏହି ଡିଜିଟାଲ ଯୁଗରେ ପ୍ରାୟତଃ ବିଲୁପ୍ତ ହେବାକୁ ବସିଛି । ଓଡ଼ିଶାର ଆନ୍ଧ୍ର ପ୍ରଭାବୀ ଅଞ୍ଚଳରେ କେତେକ ସହରରେ ବି ଏହାର ନିଆରା ପାଳନ ଏବେ ଖୁବ କମ ଦେଖିବାକୁ ମିଳେ । ବ୍ୟସ୍ତବହୁଳ ଦୁନିଆରେ ଏହି ଆସର ଆୟୋଜନ କରିବା ପ୍ରତିବଦଳରେ ଆଜିର ସମାଜ ପାଶ୍ଚାତ୍ୟ ଆଡକୁ ମୁହାଁଇଛନ୍ତି । ବ୍ରହ୍ମପୁର ମହାନଗରୀ ପୁରୁଣା ବଜାର ବସତିର ତେଲୁଗୁ ବୈଶ୍ୟ,କମା,ସୁନାରୀ ସମ୍ପ୍ରଦାୟ ତଥା ଧନୀ ସୃଜନଶୀଳ ପରିବାରରେ ଏହି ପ୍ରଥା ଏବେବି କମ ପରିମାଣରେ ଦେଖିବାକୁ ମିଳେ । ଗଞ୍ଜାମ ସହର ମେଇନ ରୋଡ଼ ରେ ଅବସ୍ଥାନ କରିଥିବା ଜଣେ ପ୍ରତିଷ୍ଠିତ କଲ୍ୟାଣି ଷ୍ଟୁଡିଓର ମାଲିକ ପି.କ୍ରିଷ୍ଣା ନାଇଡୁ ନିଜଘରେ ଏଭିଳି “ବମଲୁ-ଗୋଲୁ” ପୂଜା ସଜ୍ଜାଇ ଏହି ଦଶହରାପର୍ବ ଉପଲକ୍ଷେ ତେଲୁଗୁ ପାରମ୍ପରୀକ ରୀତିନୀତିର ମହତ୍ତ୍ୱ ବଜାଇ ରଖିଆସିଛନ୍ତି । ଏ କ୍ଷେତ୍ରରେ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶଶୀକଳା ତାଙ୍କୁ ସହଯୋଗ କରିଆସୁଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା