




ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଆନ୍ଧ୍ର ସାଂସ୍କୃତିକ ସଂଘ ଓଡ଼ିଶାରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱ ଭୂଷଣଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଛି। ଭୁବନେଶ୍ୱର ଠାରେ ଆନ୍ଧ୍ର କଲଚରାଲ ଆସୋସିଏସନ ଓଡିଶା ଶାଖା ପକ୍ଷରୁ ସଂଘର ୬୬ଷ୍ଟ ବାର୍ଷିକ ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ। ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଏହି ଉତ୍ସବରେ ଓଡିଶା ବିଧାନ ସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସମ୍ମାନୀୟ ଅତିଥି ରୂପେ ଯୋଗଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାବିତ ଦୂତି ଚାନ୍ଦଙ୍କୁ ରାଜ୍ୟପାଳ ସମ୍ମାନୀତ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା