ମୁଁ ବି ଅବାକ୍ ହୋଇଗଲି, କାରଣ ଆଜି ଭାରତର ଜନନାୟକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକ, ଗାଁ ଠାରୁ ସହର, ସ୍କୁଲ୍ କଲେଜରେ ଖୁସିର ମାହୋଲ୍, ଆମ୍ ଜାତିର ଜନକଙ୍କ ପବିତ୍ର ଜନ୍ମଦିନ, ଜଣେ ଦୂରଦୃଷ୍ଟି ଜୋଧ୍ହା, ପ୍ରିୟ ବାପୁଜିଙ୍କ ଜନ୍ମ ଦିବସରେ ସମାଜ ପାଇଁ କିଛି ନୂଆ କରିବା ପାଇଁ ଆଜି ଶପଥ ନେବା, ଏଥିପାଇଁ ସମଗ୍ର ଭାରତ ବର୍ଷ ଆଜି ଉସ୍ତୁକ, ଏହି ପବିତ୍ର ଦିନରେ ସମାଜକୁ ଗ୍ରାସ କରିଥିବା ପ୍ଲାଷ୍ଟିକ ବିରୋଧରେ ସ୍ୱର ଉତ୍ତୋଳନ କରିବା, ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା, ଏଥିପାଇଁ ସରକାରୀ କଳ ବି ଆଜି ତତ୍ପର, କିଛି ଦିନ ଅନ୍ତରରେ ଟିଭି, ରେଡିୟ, ଖବର୍ କାଗଜରେ ମୁଖ୍ୟ ପ୍ରସଙ୍ଗ ପ୍ଲାଷ୍ଟିକ ବନ୍ଦ ନାମରେ ତୁହାକୁ ତୁହା ବିଜ୍ଞାପନ ବି ଚିନ୍ତା ରାଜ୍ୟରେ ଉସ୍ତୁକତା ଭଋଚୀ, ରାଜ୍ୟର ସମସ୍ତ ଖବର କାଗଜରେ ମୁଖ୍ୟ ପୃଷ୍ଠାର ସିରନାମାରେ ବଡ ବଡ ଅକ୍ଷରରେ ପ୍ରକାଶ ପାଇଛି ଆଜି ଠାରୁ ପ୍ଲାଷ୍ଟିକ ବନ୍ଦ, ହଜାର ହଜାର ଟଙ୍କାର ବିଜ୍ଞାପନ ଯେ ଆମେ ପ୍ଲାଷ୍ଟିକ ବିରୋଧରେ ଆଜି ଛିଡା ହୋଇଚୁ, ଅନେକ କେମେରା ରେଡି ଅଛି ଜନାତର୍ ପ୍ଲାଷ୍ଟିକ ବନ୍ଦ ବିରୋଧରେ ସ୍ୱରକୁ ଲିପିବଦ୍ଧ କରିବାକୁ, ପ୍ରଶ୍ନ ଆସିଲା, ସମାଜକୁ ସଚେତନତା ସୃଷ୍ଟି ପାଇଁ ଆମେ ସତରେ ଅଣ୍ଟା ଭିଡୁଛୁ କି? କାହିଁକି ନା ପ୍ଲାଷ୍ଟିକ ବିରୋଧରେ ଜନତାର ସ୍ୱରକୁ ଦେଶର ପ୍ରତିଟି କୋଣ ଅନୁକଣରେ ପହଞ୍ଚେଇବାର ମାର୍ଗ ପ୍ରସ୍ତୁତ ହୋଇଛି । ନା ନା ଗଲା କେତେ ବର୍ଷରେ ଆମେ ଲୋକଙ୍କୁ କେତେ ସଚେତନ କରିଛୁ କି? ହଁ କରିଛୁ କେବଳ ଟିଭି ରେଡିୟ ଖବର୍ କାଗଜରେ, ଫଳ କଣ ମିଳିଛି? କେବଳ ଆତ୍ମ ପ୍ରଚାର ଆଉ କିଛି ନୁହେଁ, ସେ ଯାହାବି ହେଉ ନା କାହିଁକି, ଆଜି ଦେଶର ପ୍ରତିଟି ଆତ୍ମାରେ ପ୍ଲାଷ୍ଟିକ ବିରୋଧରେ ସ୍ୱର ଗୁଞ୍ଜିଚୀ, ଆମେ ଏବେ ପାଶ୍ଚାତ ସଭ୍ୟତାର ଦ୍ୱାର ଦେଶରେ, ନିସ୍ଫତୀ ବଦଳେଇବାକୁ ହେବ, ନୁତନତାର୍ ସ୍ୱାଦ ଚାଖିବାକୁ ହେବ, ନିଜକୁ ଧନ୍ୟ ମନେ କଲି, ଯାହାହେଉ ଆମ୍ ସରକାର ବାପୁଜୀଙ୍କ ଜନ୍ମ ଦିବସରେ ନିଶ୍ଚିତ ଗୋଟିଏ ବଡ ନିସ୍ଫତି ନିଶ୍ଚୟ ନେବେ, ରାସ୍ତାରେ ଗଲା ବେଳେ ଅନେକ ସ୍କୁଲ୍ କଲେଜର ସମୁଖ ଦେଇ ଯିବାକୁ ହେଲା ମୋତେ ନିଜ ଲକ୍ଷ୍ୟପଥରେ ପହଞ୍ଚିବାକୁ, ଅନେକ ଛାତ୍ର ଛାତ୍ରୀ ହାତରେ ପ୍ଲା କାର୍ଡ ଧରି ଚାଲିଥିଲେ, ସୋଫା ବସ୍ତ୍ର ପରିଧାନ ପୂର୍ବକ ହସ୍ତରେ ରିବନ ଆଉ ମସ୍ତକ ଉପରେ ସୋଫେଦ୍ ଟୋପି, ହାତରେ ପ୍ଲାଷ୍ଟିକ ବିରୋଧରେ ଲେଖାଥିବା ସ୍ଲୋଗାନ…. କିଛି କହିଲେ ପ୍ଲାଷ୍ଟିକ ବନ୍ଦ ଆଉ କିଛି କହିଲେ ପଲିଥିନ ବନ୍ଦ, ଏହାକୁ ଆଜି ସ୍କୁଲ୍ କଲେଜ୍ ପିଲାମାନେ ସଚେତନ ବାର୍ତ୍ତା ବାଣ୍ଟିଲେ ଜେ ପଲିଥିନ ଆଉ ବ୍ୟବହାର ନ କରିବାକୁ… ହଉ ଆମେ ଜନତା ସବୁ ମାନିବାକୁ ପଡିବ, ଆଉ ଏହାକୁ ନେଇ ରାସ୍ତା କଡର ଯେତେ ପଲିଥିନ ଥିଲା ସବୁ ଫିଙ୍ଗିଲେ ଉଠେଇ, କିଛି କିଛି ଜଣ ଏହା ବି ବାର୍ତ୍ତା ଦେଲେ ଯେ ପ୍ଲାଷ୍ଟିକ ବନ୍ଦ କରିବା . ପଲିଥିନ କାହିଁକି ବନ୍ଦ ପ୍ରଶ୍ନବାଚୀ ସୃଷ୍ଟି ହେଲା ? ଉତ୍ତର ଆସିଲା ପଲିଥିନ ଯାହା ପ୍ଲାଷ୍ଟିକର ଋପ, ଆଉ ଏହି ପଲିଥିନ ମାଟିରେ ମିଶେ ନାହିଁ ଆଉ ମାଟି ତଥା ଉଭୟ ବାୟୁ ମଣ୍ଡଳକୁ ଦୂଷିତ କରେ, ହଉ ଠିକ୍.. ପ୍ରଶ୍ନ ଆସିଲା, ତେବେ ବଡ ବଡ ନିର୍ମାଣ କର୍ତ୍ତାଙ୍କ ଅବସ୍ଥା କଣ ହେବ ? ଯେଉଁଠି ଜୀବିକା ନାମରେ ଅନେକ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ? ପୁଣି ପ୍ରଶ୍ନ ଆସିଲା -ପଲିଥିନ ଯଦି ପ୍ଲାଷ୍ଟିକର ଅଂଶ ବିଶେଷ ତେବେ ପ୍ଲାଷ୍ଟିକ ତିଆରି ପିଲାଙ୍କ ଖେଳନା ଘରୋଇ ଆସବାବ ପତ୍ର, ଔଷଧ ରଖିବା ପ୍ଲାଷ୍ଟିକ ପାତ୍ର, ପୁଣି ଇଂଜେକସନ ଭଳି ପ୍ଲାଷ୍ଟିକ ତିଆରି ବସ୍ତୁ, ସାଲାଇନ୍ ବୋତଲ, ଜାନବାହାନରେ ବ୍ୟବହୃତ ପ୍ଲାଷ୍ଟିକ ଆବରଣ, ବିଦୁତ୍ ସରଞ୍ଜାମ, ପ୍ଲାଷ୍ଟିକ ନିର୍ମିତ କପଡା, ପାଣି ବୋତଲ, ପାଣି ପାଇପ ଏସବୁର ଆବଶ୍ୟକତା କଣ ହେବ ? ନା ନା…. ନା… ନା… ଆମେ ସଭ୍ୟ ଶିକ୍ଷିତ ସମାଜର ମଣିଷ । ଠିକ୍ ଭୁଲ୍ ବିଚାର କରିବାର ଅଧିକାର ଅଛି ଆମର, ସମସ୍ୟା ପ୍ଲାଷ୍ଟିକ ନିର୍ମିତ ପଲିଥିନ ଉପରେ ହିଁ ନ୍ୟସ୍ତ, ଆମେ ପଲିଥିନ ବନ୍ଦ କରିବୁ । ତେବେ ଆଜିର ଏହି ପଲିଥିନ ବନ୍ଦ ନାମରେ ଗୋଟିଏ କଥା ଉପରେ ଦ୍ରୁଷ୍ଟି ଦେଲି, କିଛି ଗୋଷ୍ଠୀ ପଲିଥିନ ବନ୍ଦ କହୁଥିବା ବେଳେ ଆଉ କିଛି ଗୋଷ୍ଠୀ ପ୍ଲାଷ୍ଟିକ ବନ୍ଦ ନାମରେ ନାରା ଦେଉଥିଲେ… ନିଜେ ବି ବୁଝି ପାରୁ ନଥିଲି ଯେ ପ୍ଲାଷ୍ଟିକ ପଲିଥିନରୁ ତିଆରି କି ପଲିଥିନ ପ୍ଲାଷ୍ଟିକରୁ ତିଆରି ? ପ୍ରଶ୍ନ ଆସିଲା ତେବେ ଉପରେ ଯେଉଁ ପ୍ରସଙ୍ଗ ରଖିଲି ଦୈନଦିନ ଆବଶ୍ୟକତାକୁ ବର୍ତ୍ତମାନ ପୂରଣ କିଏ କରିବ? ଉତ୍ତର ଆସିଲା -ଆବଶ୍ୟକତାର ଶେଷ ନାହିଁ କି ଉଦ୍ଭାବନର ଶେଷ ନାହିଁ, ତେବେ ପ୍ଲାଷ୍ଟିକ ଭଳି ନିର୍ମିତ ବସ୍ତୁ ଗୁଡିକ ସମଗ୍ର ମାନବ ଜାତି ପାଇଁ ଯେ ବିଷ ସଦୃଶ ଏହା କହିବା ଆଦୌ ପ୍ରସଙ୍ଗ ଭୀତିକ ନୁହେଁ, କାରଣ ଏହି ଦେଶରେ ଅନେକ ସରକାର ଆସନ୍ତି ଅନେକ ଯାଆନ୍ତି, ପ୍ରସଙ୍ଗ କେବଳ ଜନ ସମାଜକୁ ଅନ୍ଧାର ଗହୀରକୁ ନେଇ ଯାଉଥିବା ମାଧ୍ୟମ ଗୁଡିକ ଉପରେ ଜନ ସଚେତନତା ସୃଷ୍ଟି କରିବା, ମାତ୍ର ଉକ୍ତ ପ୍ରସଙ୍ଗ ଗୁଡିକ ଆରମ୍ଭ କରିବା ପୂର୍ବରୁ ଏହାର ଭୟାବହତା ଉପରେ ଆଦୌ ଦ୍ରୁଷ୍ଟି ଦେବା ନାହିଁ, ଅନ୍ୟପଟେ ଲୋକଙ୍କ ଆବଶ୍ୟକତାକୁ ସିଧା ସଳଖ ବନ୍ଦ କରିବା ପୂର୍ବରୁ ତତ୍କାଳ ନୂତନ ଆବଶ୍ୟକତା କେତେ ଜରୁରୀ ହୋଇପଡିଛି ତାହା ଉପରେ ମଧ୍ୟ ଜନ ସଚେତନତା ସୃଷ୍ଟି ହେବାର ଆବଶ୍ୟକତା ରହିଛି.. ଯାହା ପ୍ରାସଙ୍ଗିକତା ଉପରେ ନିଶ୍ଚିତ ପ୍ରଶ୍ନବାଚୀ ସୃଷ୍ଟି କରିବ ଏଥିରେ ତିଳେମାତ୍ର ସନ୍ଦେହ ନରହି ପାରେ, ପ୍ରସଙ୍ଗ ଯାହା ବି ହେଉନା କାହିଁକି ପ୍ଲାଷ୍ଟିକ ସମଗ୍ର ବିଶ୍ୱର ଏକ୍ ବଡ ସମସ୍ୟା, ଏହାର ବିଲୋପ ହେବାର ଆବଶ୍ୟକତା ରହିଛି…. ଯାହା ଦୀର୍ଘ ଦଶନ୍ଧି ଧରି ସମଗ୍ର ମାନବ ଜାତିର ଆବଶ୍ୟକତା ପୂରଣ କରିଥିଲେ ବି ଆଜି ବିଶ୍ୱ ମାଟିରୁ ବିଦାୟ ନେବାକୁ ହେବ…
ଲେଖକ : ସଞ୍ଜିତ ବୈଠା, ବାଙ୍ଗିରିପୋଷି