
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶିଖରପୁର ଗାଁର ଭରତ ଚନ୍ଦ୍ର ଦାସ (୩୬) ଆମ୍ବ ଗଛକୁ ଚଢି ଆମ୍ବ ପାରୁଥିବା ବେଳେ ନିକଟରେ ଥିବା ୧୧କେଭିଏ ତାର ସଂସ୍ପର୍ଷରେ ଆସି ମୃତ୍ୟୁବରଣ କରିଛି । ଭରତ ଅନ୍ୟଘରେ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଜି ମଧ୍ୟ ଜଣେ ଲୋକଙ୍କ ମଜୁରୀ ଭାବେ ଆମ୍ବ ତୋଳିବାକୁ ଯାଇଥିଲା । ତାର ମୃତ୍ୟୁ ପରେ ଘରେ ବୃଦ୍ଧ ବାପା, ମା, ବିଧବା ସ୍ତ୍ରୀ ଓ ଏକମାତ୍ର ୧୧ ବର୍ଷର ପୁଅ ବେସହାରା ହୋଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା