

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଇନର ହ୍ୱିଲ କ୍ଳବ ଆମ୍ବଗଡ ପ୍ରାଇମେରୀ ସ୍କୁଲର ସମସ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନା ଅନୁଯାୟୀ ଜିଲ୍ଲା ଚେୟାରମ୍ୟାନ ଶ୍ରୀମତୀ ଜାଗୃତି ଯୋଶୀଙ୍କ ଗସ୍ତ ବେଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହାସହ ଏକ ନୂତନ ସଭ୍ୟଙ୍କୁ ପରିଚୟ ପ୍ରଦାନ କରାଯାଇ ଏକ ପ୍ରକଳ୍ପର କାର୍ଯ୍ୟକାରୀ କରାଯାଇଥିଲା । ୪୫ ଜଣ ଛାତ୍ରୀଙ୍କୁ ନେଇ ବ୍ୟୁଟି କୋର୍ସ (Beauty Course)ରେ ସ୍କିନ ଏଣ୍ଡ ହେଇର(Skin and Hair) ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ପୂର୍ବତନ ସଭାପତି ଶ୍ରୀମତୀ ସଂଯୁକ୍ତା ସାହୁ ପରିଚାଳନା କରିଥିଲେ । ଏହି ସଭାରେ ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଚିରଞ୍ଜିବି ତାର ନାଇଡୁ, ସଭାପତି ସୋନାଲି ହାଜରା, ସମ୍ପାଦକ ଅମିତା ଦାଶ, ଲୋକ ସମ୍ପର୍କୀୟ ଅଧିକାରୀ ରତ୍ନାମଣି କଟନ, ୧୫୦ ଶ୍ରୀମତୀ ବନ୍ଦିତା ତ୍ରିପାଠୀ, ପୂର୍ବତନ ସଭାପତି ଶ୍ରୀମତୀ ସଂଯୁକ୍ତ ସାହୁ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



