ଆମ୍ବାଳିଅଠା ସରସ୍ୱତୀ ଶିଶୁ ମନ୍ଦିରର ୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆମ୍ବଳିଠାସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ଷଷ୍ଠତମ ବାର୍ଷିକ ଉତ୍ସଵ ୨୦୨୦ ମହାଆଡ଼ମ୍ବରରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବକୁ ଜଳେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ନାଥ ଉଦଘାଟନ କରିଥିବା ବେଳେ, ସମ୍ମାନୀତ ଅତିଥି ଭାବେ ସି.ଆର.ସି.ସି. ପଙ୍କଜ କୁମାର ଜେନା ଉପସ୍ଥିତ ହୋଇ ଥିଲେ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନାଥ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ତଥା ଗୁରୁଜୀ ଓ ଗୁରୁମାଙ୍କ ଉଦ୍ୟେଶରେ ବକ୍ତବ୍ୟ ରଖି କହିଲେ କି ଆଚରଣ, ଉଚାରଣ, ସାଧାରଣଜ୍ଞାନ ଓ ସଂସ୍କାର ଜ୍ଞାନ କେବଳ ମାତାପିତାହିଁ ଶିଖାଇଥାନ୍ତି ଏବଂ ଗୁରୁଦେବ ହେଉଛନ୍ତି ଛାତ୍ରଛାତ୍ରୀଙ୍କର ଦେବତା, ବିଦ୍ୟାଳୟ ହେଉଛି ମନ୍ଦିର ତଥା ଶିକ୍ଷାଦାନ ହେଉଛି ପ୍ରସାଦ (ଭୋଗ) ଭାବିବା ଉଚିତ । ଅଭିଭାବକଙ୍କୁ ପିଲାଙ୍କ ପାଇଁ ସୁଧାରିବାକୁ କହି ଆଗ ନିଜେ ସୁଧାରିଲେ ପରିବାର, ଗାଁ, ଦେଶ ସୁଧାରିବା ସହିତ ଭଲ ମଣିଷ ତିଆରି  କରିବା ପାଇଁ ସମସ୍ତେ ଚେଷ୍ଟା ଓ ଯତ୍ନବାନ ହେବା ଉଚିତ । ଅପରାହ୍ନରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ସେଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବାସନ୍ତୀ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଅଧ୍ୟାପକ ନୀଳକଣ୍ଠ ଖଣ୍ଡା, ମୁଖ୍ୟ ବକ୍ତା ଭାବେ ବରିଷ୍ଟ ସମାଜସେବୀ ତଥା ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା, ସମ୍ମାନୀତ ଅତିଥିଭାବେ ବରିଷ୍ଟ ସାମ୍ବାଦିକ ଅବନି କୁମାର ଚାନ୍ଦ, ବିଦ୍ୟାଳୟର ଚେଆରମେନ ତଥା ପ୍ରତିଷ୍ଠାତା ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚରଣ ପାତ୍ର, ଉପଦେଷ୍ଟା ତଥା ସାମ୍ବାଦିକ ସୁକୁମାର ରଣା, ସିଆରସିସି ମାଖନ ଲାଲ ବେରା, ସମାଜସେବୀ ସପନ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ ଓ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ଶ୍ରୀମତୀ ଜେନା ଛାତ୍ରଛାତ୍ରୀଙ୍କ ଉଦ୍ୟେଶରେ ଉଦବୋଧନ ଦେଇଥିଲେ ଓ ତାଙ୍କ ବକ୍ତବ୍ୟରେ ଆମେରିକାର ଖ୍ରୀଷ୍ଟିଆନ ମରିସ ଗୁଡମେନ ୧୯୮୨ ମସିହା ମାର୍ଚ୍ଚ ୧୦ ତାରିଖରେ ଉଡ଼ାଯାହାଜ ଦୁର୍ଘଟଣା ଦ୍ୱାରା ତାଙ୍କ ଶରୀରର ହାଡ଼ ଖଣ୍ଡବିଖଣ୍ଡ ହୋଇଥିଲେ ହେଁ ସେ ତାଙ୍କର ଇଛାଶକ୍ତି ଥିଲା ଯେ ଆଗାମୀ  ଡିସେମ୍ବର ୨୫ ବଡ଼ ଦିନରେ ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଚାଲି ଚାଲି ଯାଇ ପୂଜା କରିବେ ଏବଂ ସେ ସତରେ ନିରୋଗ ହୋଇ ଯୀଶୁଙ୍କୁ ଯାଇ ପୂଜା କରିଥିଲେ । ସେହିଭଳି ଛାତ୍ରଛାତ୍ରୀ ମାନଙ୍କର ଇଛାଶକ୍ତି ଥିଲେ ସେମାନେ ବହୁତ ବଡ଼ ମଣିଷ ହୋଇ ଦେଶର ନାମ ରଖି ପାରିବେ ଏବଂ ଅନୁଷ୍ଠାନର ମୁଖ୍ୟ ରବିନାରାୟଣ ପାତ୍ରଙ୍କ ବିଦ୍ୟାଳୟର ସୁପରିଚାଳନା ପାଇଁ ଭୁୟସୀ ପ୍ରଶଂସା କରିଥିଲେ । ସଭା ଆହ୍ବାନ ଗୁରୁଜୀ ଶାନ୍ତନୁ ଦେ କରିଥିବା ବେଳେ ଗୁରୁମା ଅନୁରାଧା ପ୍ରଧାନ କରିଥିଲେ । ଆଚାର୍ଯ୍ୟ ଅଜୟ କୁମାର ଚାନ୍ଦ, ଅଭିଜିତ ଜେନା, ବିଦ୍ୟାବିନୋଦ ଭଞ୍ଜ, ଆଚାର୍ଯ୍ୟା ରଞ୍ଜିତା ମହାନ୍ତି, ରୀତାରାଣୀ ସେନାପତି, ମମତା ସ୍ୱାଇଁ, ଓ ବିଦ୍ୟୁତପ୍ରଭା ଦାସ, ସୁକାନ୍ତି ନନ୍ଦି, ରୀତା ଜେନା ପ୍ରମୁଖ ପରିଚାଳନା କରିଥିଲେ । ମଧ୍ୟାହ୍ନରେ ପଂକ୍ତି ଭୋଜନ ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଯଥା-ସଙ୍ଗୀତ, ନୃତ୍ୟ ଓ ଖୁଦ୍ର ନାଟକ ପରିବେଷଣ ଦ୍ୱାରା ଉପସ୍ଥିତ ଅତିଥି ଅଭିବାବକଙ୍କୁ ଆପ୍ୟାୟିତ କରିଥିଲେ । ଶେଷରେ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା