

ଜଳେଶ୍ଵର (ସମୃଦ୍ଧ ଓଡିଶା) ଗତକାଲି ତା-୨୪/୯/୨୦୨୨ ରିଖ, ସନ୍ଧ୍ୟା ୫ ଘଟିକା ସମୟରେ ଜଳେଶ୍ଵର ବ୍ଲକ ବଜାର ସ୍ଥିତ ଆମ୍ବେଦକର ସମତା ମଞ୍ଚ କାର୍ଯ୍ୟାଳୟରେ ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଆମ୍ବେଦ କର ସମତା ମଞ୍ଚର ସଭାପତି ଅଶୋକ କୁମାର ଜେନା ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ଦିଲ୍ଲୀପ କୁମାର ଗିରି, ମୁଖ୍ୟ ବକ୍ତା ଭାବେ ସମାଜ ସେବୀ ପ୍ରଫୁଲ୍ଲ କୁମାର ପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ ନିରଞ୍ଜନ ମାଝି, ସୁବ୍ରତ ବେହେରା, ସଂଗ୍ରାମ ଜେନା ଯୋଗ ଦେଇଥିଲେ । ସଭାରେ ସଭାପତି ଅଶୋକ କୁମାର ଜେନା କହିଥିଲେ ୧୯୨୪ ମସିହା ସେପ୍ଟେମ୍ବର ୨୪ ତାରିଖରେ ଡ଼. ବାବା ସାହେବ ଆମ୍ୱେଦକର ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟା ଲଘୁ ମାନଙ୍କୁ ନିର୍ଯାତନା, ଛୁଆଁ ଅଛୁଆଁ ଓ ସବର୍ଣ୍ଣ ଶ୍ରେଣୀର ଲୋକମାନଙ୍କର ଶୋଷଣରୁ ମୁକ୍ତି ପାଇଁ ସମତା ସୈନିକ ଦଳ ମହାରାଷ୍ଟ୍ରର ନାଗପୁର ଠାରେ ଗଠନ କରିଥିଲେ । ସେହି ସମୟରେ ଭାରତରେ ବହୁତ ଦଳିତ ଜନସାଧରଣ ଆଗ୍ରହ ପ୍ରକାଶ କରି ନିଜର ମୌଳିକ ଅଧିକାର ପାଇଁ ଆମ୍ବେଦକରଙ୍କ ସମତା ସୈନିକ ଦଳରେ ଝାସଦେଇ ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ଆମ୍ବେକର ସମତା ସୈନିକ ଦଳର ବିଚାରଧାରା କାର୍ଯ୍ୟ ପନ୍ଥାକୁ ଅନୁସରଣ କରି ଜଳେଶ୍ଵର ଠାରେ ଏକ ଆମ୍ୱେଦକର ସମତା ମଞ୍ଚ ଗଠନ କରାଯାଇଛି । ଏଥିରେ ଆମନ୍ତ୍ରିତ ଅଥିତିମାନେ ଆମ୍ବେଦକରଙ୍କର ବିଚାର ଧାରା, ଆଭିମୁଖ୍ୟ, ସାମ୍ବିଧାନିକ ଚିନ୍ତା ଧାରା ପ୍ରତି ଆକୃଷ୍ଟ ହେବା ପାଇଁ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ଅନୁଷ୍ଠାନର ସମ୍ପାଦକ ନିରୋଜ କୁମାର ବେହେରା ବାର୍ଷିକ ଉତ୍ସବର ବିବରଣୀ ଏବଂ ଆମ୍ବେଦକର ମଞ୍ଚର ଦାବି ଗୁଡ଼ିକ ପ୍ରକାଶ କରିଥିଲେ । ଉକ୍ତ ଦାବି ଗୁଡ଼ିକହେଉଛି:-୧- ସମାଜରେ ଘଟୁଥିବା ଅନୁସୂଚିତ ଜାତି ଓ ସଂଖ୍ୟା ଲଘୁ ମାନଙ୍କ ଉପରେ ଦେଉଥିବା ନିର୍ଯାତନାର ଶୋଷଣ ବନ୍ଦ କରାଯାଉ । ୨- ଅଲଚିକି ଭାଷା ଓଡ଼ିଶାରେ ଥିବା ସାଧାରଣ ସ୍କୁଲ ମାନଙ୍କର ଶିକ୍ଷାଦାନ ନିମନ୍ତେ ଶିକ୍ଷକ ନିଯୁକ୍ତି କରାଯାଉ । ୩- ଖାଦ୍ୟ ପଦାର୍ଥ ଯଥା-ଚାଉଳ, ମୂଡ଼ି, ଚୁଡ଼ା, ଖାଇବା ତେଲ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତୁରନ୍ତ ଜିଏସଟି ଟିକସ ପ୍ରତ୍ୟାହାର କରାଯାଉ । ୪- ଜଳେଶ୍ଵର ସହରରେ ବାବା ସାହେବ୍ ଭୀମରାଓ ଆମ୍ବେଦକର ଏବଂ ଆଦିବାସୀ ଅଲଚିକି ଲିପିର ଜନ୍ମଦତା ପଣ୍ଡିତ ରଘୁନାଥ ମୂର୍ମୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ । ୫- ଜଳେଶ୍ଵର ବ୍ଲକରେ ପ୍ରାୟ ଏକଲକ୍ଷ ପଚିଶ ହଜାର ଅନୁସୂଚୀତ ଜନଜାତି ଓ ସଂଖ୍ୟା ଲଘୁ ସମ୍ପ୍ରଦାୟ ଲୋକ ବସବାସ କରନ୍ତି । ତଦନୁଯାୟୀ ଏମାନଙ୍କର ସ୍ଵତନ୍ତ୍ର ସୁବିଧା ନିମନ୍ତେ ଏକ ଆମ୍ବେଦକର ଭବନ ସ୍ଥାୟୀ ଭାବେ ପ୍ରତିଷ୍ଠା କରାଯାଉ । ୬- ପାଞ୍ଚ ବର୍ଷ ପାଇଁ ଥରେ ବିଧାୟକ ଓ ସାଂସଦ ନିର୍ବାଚିତ ହୋଇଗଲେ ସେମାନଙ୍କୁ ଆଜୀବନ ପେନସନ ମିଳୁଛି କିନ୍ତୁ ଆମ ଓଡ଼ିଶାରେ ଏବେ ତିରିଶି ବର୍ଷ ଚାକିରି କରିଲେ ମଧ୍ୟ ପେନସନ ମିଳିବାର ବ୍ୟବସ୍ଥା ନାହିଁ ତେଣୁ ଆମର ଦାବି, ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ପୁରୁଣା ପାଉଥିବା ପେନସନ ସୁବିଧା ଦିଆଯାଉ । ଉକ୍ତ ସଭାରେ ଜଳେଶ୍ଵର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆମ୍ବେଦକର ବାଦୀ ଦଶଜଣ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସେମାନେ ହେଲେ ଲିଶା ପାତ୍ର (ସାନ୍ତିଆ), ସଚିନ୍ଦ୍ର ଜେନା (ମଣି ପାଟଣା) ସୁରେଶ୍ ଦାସ (ଶିଖର ପୁର), ସୁଧାଂଶୁ ଜେନା(ଶାନ୍ତିଆ), ଜଗନ୍ନାଥ ମୁର୍ମୁ( ଚମାରଦିକ୍) ଅଜୟ ପଲାଇ (ଗବରଘଟା) ରେଣ୍ଟା ହାଁସଦା (ଚମାରଦିକ୍), ସୁକୁଲ୍ ହାଁସଦା (ଚମାରଦିକ୍) ଲୁଖିଆ ସୋରେନ (ହେଡ଼ାପଦା) ଖୋକନ୍ ମୁର୍ମୁ (ଚମାରଦିକ୍) । ଏହି ବ୍ୟକ୍ତି ବିଶେଷ ମାନେ ଆମ୍ବେଦକରଙ୍କର ସାମ୍ବିଧାନିକ ଚିନ୍ତା ଧାରାରେ ଓ ସମାଜ ସଂସ୍କାରର ପରିବର୍ତ୍ତନରେ କାର୍ଯ୍ୟ କରିବେ ବୋଲି ପ୍ରତିଜ୍ଞା କରିଥିଲେ । ପରିଶେଷରେ ସମ୍ପାଦକ ନିରୋଜ କୁମାର ବେହେରା ସଭାପତିଙ୍କୁ ଧନ୍ୟବାଦ୍ ଦେଇ ସଭା କାର୍ଯ୍ୟ ଶେଷ କରିଥିଲେ ।
ରିପୋର୍ଟ : ଭୂପତି ପରିଡା