ଆମ ଆଦମୀ ପାର୍ଟି ତରଫରୁ ଜିଲ୍ଲାପାଳଙ୍କୁ ୫ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କାମାକ୍ଷାନଗର ବ୍ଲକ ଖୁଣ୍ଟବାଟି ଗ୍ରାମରେ ଶାନ୍ତି ବାହାଲ କରିବା ଉଦ୍ଦେଶ୍ୟରେ ଆମ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ତରଫରୁ ଜିଲ୍ଲାପାଳଙ୍କୁ ୫ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ସୂଚନା ଅନୁଯାୟୀ ଗତ ଜୁନ ମାସ ଠାରୁ ଖୁଣ୍ଟବlଟି ଗ୍ରାମରେ ଗୋଚର ଜମିକୁ ନେଇ ଗେଲ ଇଣ୍ଡିଆ ଓ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି l ଗେଲ ଇଣ୍ଡିଆ କମ୍ପାନୀ ଗ୍ରାମର ଗୋଚର ଜମି ଉପରେ ବିନା ଗ୍ରାମସଭା ଓ ପଲ୍ଲିସଭାରେ ପାଇପ ଲାଇନରେ ବେସ କ୍ୟାମ୍ପ ତିଆରି କରୁଛି l ଗୋଚର ଜମି ଗୁଡିକ ଗାଁର ଗୋରୁ ଗାଈ ଚରିବା ଓ ଭଲ ମନ୍ଦ ପାଇଁ ଉଦ୍ଦିଷ୍ଟ ରହିଛି l ଏହି ଗୋଚର ଜମିକୁ ନ ଛାଡିବା ପାଇଁ ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇ ଆସୁଥିଲେ l ଗ୍ରାମବାସୀମାନଙ୍କୁ ଭୟଭୀତ କରିବା ପାଇଁ ଗ୍ରାମର କିଛି ଯୁବକଙ୍କ ନାଁରେ ମିଥ୍ୟା ଅଭିଯୋଗରେ ରାତି ଅଧିଆ ପୋଲିସ ଆରେଷ୍ଟ କରିଥିଲା l ଫଳରେ ଗ୍ରାମବାସୀଙ୍କ ମନରେ ଆନ୍ଦୋଳନ ତେଜ ହୋଇଥିଲା l ଗତ ୮ତାରିଖରେ କମ୍ପାନୀ ତରଫରୁ ପୋଲିସ ମୁତୟନ କରାଯାଇ ଲୋକମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ଲାଠି ମାଡ଼ ହୋଇଥିଲା l ତାପରେ କିଛି ଗ୍ରାମ ବାସୀମାନଙ୍କୁ ଗିରଫ କରାଯାଇଛି ବୋଲି ଅଭିଯୋଗ କରାଯାଇଛି l ଏହାସହ ପ୍ରଥମେ ଗ୍ରାମବାସୀମାନଙ୍କୁ ନେଇ ଗ୍ରାମସଭା କରାଯାଉ, ଦ୍ୱିତୀୟରେ କରୋନାର ଏହି ଦୁର୍ଦ୍ଦିନରେ ୧୪୪ ଧାରା ନାଁରେ ଲୋକମାନଙ୍କୁ ଭୟଭୀତ କରାନଯାଉ, ଗୋଚର ଜମି ସର୍ବସାଧାରଣଙ୍କ ପାଇଁ ସୁରକ୍ଷିତ କରାଯାଉ, ଗେଲ ଇଣ୍ଡିଆ ଅନ୍ୟତ୍ର ତାର ବେସ କ୍ୟାମ୍ପ ତିଆରି କରୁ ଓ ଗିରଫ ହୋଇଥିବା ଗ୍ରାମବାସୀମାନଙ୍କୁ ତୁରନ୍ତ ବିନା ସର୍ତ୍ତରେ ରିହା କରାଯାଉ ବୋଲି ଦାବି କରାଯାଇଛି l ଏହି ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସହିତ ସହରାଞ୍ଚଳ ଅଧ୍ୟକ୍ଷ ରଘୁନାଥ ପ୍ରସାଦ ମିଶ୍ର, ବିନୋଦ ବିହାରୀ ମଲିକ, ପିତବାସ ବେହେରା, ବିକ୍ରମ ପ୍ରଧାନ, ବିଷ୍ଣୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ : ଶୁଭମ ପାଣି