ଆମ ଗାଁ ଆମ ବିକାଶ ପ୍ରକଳ୍ପକୁ ଭିତ୍ତି ପ୍ରସ୍ତର କଲେ ଜଳେଶ୍ୱର ବିଧାୟକ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗତ ବୁଧବାର ଦିନ ବର୍ତ୍ତନା ଗ୍ରାମ ପଞ୍ଚାୟତରେ “ଆମ ଗାଁ ଆମ ବିକାଶ” ଯୋଜନାରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର . ଏହି ଅବସରରେ ଖରିଦା ଗ୍ରାମର ଖଗେଶ୍ଵରୀ ଠାକୁରାଣୀ ନିକଟରେ ୫ ଲକ୍ଷ ଟଙ୍କା ମୂଲ୍ୟର ଗୋଷ୍ଟୀ କେନ୍ଦ୍ର ଓ ବର୍ତ୍ତନା ଗ୍ରାମର ଶୀତଳା ଠାକୁରାଣୀ ନିକଟରେ ଅନ୍ୟ ଏକ ଗୋଷ୍ଟୀ ୮ ଲକ୍ଷ ଟଙ୍କା ମୂଲ୍ୟର ଗୋଷ୍ଠୀ କେନ୍ଦ୍ରକୁ ବିଧାୟକ ଅଶ୍ୱନୀ କୁମାର ପାତ୍ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଏକ ସଭାର ଆୟୋଜନ କରାଯାଇଥିଲା . ଏହି ସଭାରେ ବିଜେଡି ବ୍ଲକ ସମ୍ପାଦକ, ଭୂପତି ଚରଣ ମିର୍ଦ୍ଧା, ବରିଷ୍ଠ ବିଜେଡି ନେତା ଜ୍ୟୋର୍ତିମୟ ଆଚାର୍ଯ୍ୟ, ଅନନ୍ତ କୁମାର ରାଉଳ, ବର୍ତ୍ତନା ଗ୍ରାମପଞ୍ଚାୟତର ବିଜେଡି ସଭାପତି ରବୀନ୍ଦ୍ର ନାଥ ବେହେରା, ପ୍ରାକ୍ଟନ ହାଇସ୍କୁଲ ପ୍ରଧାନ ଶିକ୍ଷକ ସରୋଜ କୁମାର ଗିରି, ନୀଳକଣ୍ଠ ଦାସ ମହାପାତ୍ର, ଅଧୀର କୁମାର ସାମଲ, ବସନ୍ତ ବେହେରା, ପ୍ରତାପ ସେନାପତି, ରାସ ବିହାରୀ ଜେନା, ଜାହ୍ନଵୀ ବାରିକ, ହରେନ୍ଦ୍ର ନାଥ ଜେନା ପ୍ରମୁଖ ଉଦବୋଧନ ଦେଇଥିଲେ .

ରିପୋର୍ଟ : ଭୂପତି କୁମାର ପରିଡା