

କବିସୂର୍ଯ୍ୟନଗର (ସମୃଦ୍ଧ ଓଡିଶା) କବିସୂର୍ଯ୍ୟନଗର ଆମ ପୋଲିସ ପକ୍ଷରୁ କବିସୂର୍ଯ୍ୟନଗର ଥାନା ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ଆରକ୍ଷ ଅଧିକାରୀ ବ୍ରିଜେଶ ରାୟ, ପୁରୁଷୋତ୍ତମ ସଡିପିଓ ସୀମା ସ୍ୱାଇଁ, କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ଵାଇଁ, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, କବିସୂର୍ଯ୍ୟନଗରର ପୂର୍ବତନ ଏନଏସି ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ନଗର ବିଜେଡ଼ି ସଭାପତି ଭଗବାନ ସ୍ୱାଇଁ, ନଗର ମହିଳା ବିଜେଡି ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଉପସ୍ଥିତ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୧୦୦ଜଣ ରକ୍ତ ଦାନ କରିଥିଲେ । ସେଥିମଧ୍ୟରେ କବିସୂର୍ଯ୍ୟନଗର ଥାନା ପାରିସରର କିଛି ପୋଲିସ କର୍ମଚାରୀମାନେ ମଧ୍ୟ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିବା ବେଳେ ବ୍ରହ୍ମପୁର ବଡ ମେଡ଼ିକାଲରୁ ଆସିଥିବା ଡାକ୍ତରି ଦଳ ଆବଶ୍ୟକୀୟ ସରଞ୍ଜାମ ନ ଆଣିଥିବାରୁ କିଛି ସ୍ୱେଚ୍ଛାକୃତି ରକ୍ତଦାତାଙ୍କ ଠାରୁ ରକ୍ତ ନ ନେଇ ଫେରାଇ ଦେଇଥିଲେ । ଯାହା ଫଳରେ ଥାନା ଅଧିକାରୀ ଦୁଃଖ ପ୍ରକାଶ କରିଥିବା ବେଳେ ରକ୍ତଦାତା ମନେ ଅସୁନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ରୂପେ ପୂର୍ବତନ କାଉନସିଲର ରସଲ ଦାସ, ପ୍ରସନ୍ନ ନାୟକ, ସୁଦର୍ଶନ ପ୍ରଧାନ, ସୁବାଷ ରେଡ୍ଡୀ, ବାସୁଦେବ ସାହୁ, ରାକେଶ ପ୍ରଧାନ, ପ୍ରକାଶ ସାହୁ, ମନମୋହନ ଜେନା, ବୁନା ନାୟକ, ବିଜେଡି ଯୁବ ଉପସଭାପତି ସୁରଜ ରେଡ୍ଡୀ, ବ୍ଲକ ଯୁବ ସଭାପତି ସୂର୍ଯ୍ୟନାରାୟଣ ନାୟକ, ନୁତନ ଭାଭେ ଗଠିତ ରକ୍ତଦାନ ଅନୁଷ୍ଠିନର ସଭାପତି ତତ୍ୱମସି ପରିଡା ଓ ଅନ୍ୟ ସଦସ୍ୟ ଓ କବିସୂର୍ଯ୍ୟନଗର ଥାନାର ସମସ୍ତ କର୍ମଚାରୀମାନେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
