

ଛତ୍ରପୁର (ସମୃଦ୍ଧ ଓଡିଶା) ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପକ୍ଷରୁ ଆମ ପୋଲିସ ସମିତିର ବୈଠକ ବଡଆର୍ଯ୍ୟପଲ୍ଲୀ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥାନା ଅଧିକାରୀ ବିଶ୍ୱଜ୍ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଆମ ଗଠନର ମୁଳ ଲକ୍ଷ୍ୟ ବୋଲି ଥାନା ଅଧିକାରୀ କହିଥିଲେ । ବିନା ହେଲମେଟରେ ଗାଡି ନ ଚଳାଇବା, ଗାଡିର ଲାଇସେନ୍ସ ଓ ଇନସ୍ୟୁରେନ୍ସ କରି ଗାଡି ଚଳାଇବା, ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ରହିବା, ବିଭିନ୍ନ ପର୍ବପର୍ବାଣି ଓ ବିବାହ ପ୍ରଭୂତି ସାମାଜିକ କାର୍ଯ୍ୟକ୍ରମରେ ପୋଲିସ ଅନୁମତି ଡାକବାଜି ଯନ୍ତ୍ର ବ୍ୟବହାର କରିବା, ଲୋକଙ୍କର ସ୍ୱାର୍ଥ ଦୃଷ୍ଟିରୁ ଉଚ୍ଚ ଶଦ୍ଦ ଯୁକ୍ତ ଡିଜେ ଲଗାଇବା, ସମୁଦ୍ର ଭିତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ କଡା ନଜର ରଖିବା, ସେମାନଙ୍କର ଆର୍କମଣକୁ ପ୍ରତିହତ କିପରି କରାଯିବ ତାଉପରେ ସଚେତନତା ହେବା, ସମୁଦ୍ର ଭିତରେ ଓ ତଟଦେଶରେ ଘୁରି ବୁଲୁଥିବା ଅଜଣା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଧରିବା ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ମତ୍ସ୍ୟଜିବୀମାନେ ମାଛ ମାରିବାକୁ ସମୁଦ୍ରକୁ ଗଲେ ବାୟୋମେଟ୍ରିକ କାର୍ଡ ଧରି ଯିବା ସହ ସମୁଦ୍ର ଭିତରେ ସଂନ୍ଦେହ ଜନକ ଭାବେ ବୁଲୁଥିବା ଡଙ୍ଗା ଓ ଜାହାଜ ଉପରେ ନଜର ଆସିଲେ ମତ୍ସ୍ୟଜୀବୀ ତୁରନ୍ତ ସାମୁଦ୍ରିକ ଥାନାକୁ ଖବର ଦେବେ ବୋଲି କହିଥିଲେ । ଏହି ବୈଠକରେ ସାମୁଦ୍ରିକ ଥାନାର ଏଏସଆଇ ଆର. ନାରାୟଣ ରେଡ୍ଡୀ, ମତ୍ସ୍ୟଜୀବି ବିଭାଗର ଅଧିକାରୀମାନେ ଅଂଶ ଗ୍ରହଣ କରି ଏହି ସମସ୍ତ ବିଷୟ ଉପରେ ମତ୍ସ୍ୟଜିବୀମାନଙ୍କୁ ସଚେତନତା କରାଇଥିଲେ । ଏଥିରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସରପଞ୍ଚ ଏମ୍.ଲକ୍ଷ୍ମୀ, ଜିଲ୍ଲାପରିଷଦ ସଭ୍ୟା ଏ.ସୀତାଆମ୍ମା, ରାଜ୍ୟ ମତ୍ସ୍ୟଜିବୀ ନେତା ଏମ୍.ଗୁମାଲୀ, ବି.ସିମାଦ୍ରୀ, ବି.ଭୀମ, ଏ.ଭେଙ୍କଟ, ଲିଙ୍ଗରାଜ ବେହେରା, ରାମେୟା ସ୍ୱାମୀ, ଓ ଡି.କ୍ରିଷ୍ଣାଙ୍କ ସମେତ ପଞ୍ଚାୟତର ବହୁ ବ୍ୟକ୍ତି ଓ ମତ୍ସ୍ୟଜିବୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା