ଆମ ଫକୀର ମୋହନ…

ମାହେନ୍ଦ୍ର ବେଳାରେ ଜନମ ହୋଇଲେ
ମକର ସଂକ୍ରାନ୍ତି ଦିନ,
ଉନବିଂଶ ଶତାବ୍ଦୀର ମଧ୍ୟଭାଗେ
ଆମ ଫକୀର ମୋହନ ।

ଧନ୍ୟ ହେଲା ମାଟି ଧନ୍ୟ ହେଲା ମାଆ
ବୀର ପୁତ୍ରଟିଏ ପାଇ,
ଏମିତି ବାସନା ବିତାଇଲେ ସିଏ
ହୋଇଲେ ସେ କାଳ ଜୟୀ ।

ବାଲ୍ୟକାଳୁ ମାତା ପିତାଙ୍କୁ ହରାଇ
ଦୁଃଖକୁ ଆଦରିଥିଲେ ,
ଆଈ ମାଆ ଆସି କୋଳାଇ ନେଇଣ
ବାପା ମାଆ ସ୍ନେହ ଦେଲେ ।

ସେହିଦିନୁ ଇତିହାସ ରଚିଗଲା
ସାହିତ୍ୟକୁ ଆବୋରିଣ ,
ସ୍ବର୍ଣ୍ଣାକ୍ଷାରେ ନାମ ଲିପିବଦ୍ଧ ହେଲା
ସବୁଠି ସେ ଯେ ମହାନ ।

ନାରୀ ଶିକ୍ଷାପାଇଁ ଲେଖନୀ ମୂନରୁ
ଝରାଇଲେ ଗଳ୍ପ ଟିକୁ
ରେବତୀର ଗାଥା କେତେ ଶିକ୍ଷଣୀୟ
ମନେ ସଦା ରଖିବାକୁ ।

କାଳଜୟୀ ହେଲା ସୃଷ୍ଟି ତାଙ୍କ ସବୁ
ସାହିତ୍ୟ ବୃଷ୍ଟି ହୋଇଲା ,
ତାଙ୍କରି ପାଇଁକି ଓଡ଼ଆ ଭାଷା ଯେ
ଶାସ୍ତ୍ରୀୟ ମାନ୍ୟତା ପାଇଲା ।

କଳା ଅନ୍ଧକାର ଛାୟା ଦୁରାଇଲେ
ନିଜ ସାଧନାର ବଳେ,
ଛଅ ମାଣ ଆଠଗୁଣ୍ଠ ବାର୍ତ୍ତା ତାଙ୍କ
ରହିଥିବ କାଳେ କାଳେ।

ଲଛମା, ମାମୁଁ, ଓ ପ୍ରାୟଶ୍ଚିତ କଥା
କାହାକୁ ଅଜଣା ନାହଁ
ଚିରଦିନପାଇଁ ଆମର ଲଭିଲା
ଓଡ଼ିଆ ବାସୀଙ୍କ ପାଇଁ ।
++++++-++++++’+++++
ସରିତା ମହାନ୍ତି
ବାଲିଆପାଳ ବାଲେଶ୍ବର