



ନିମାପଡା(ସମୃଦ୍ଧଓଡିଶା)ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ସନ୍ଧ୍ୟା ୫ ଘଟିକା ସମୟରେ ନିମାପଡ଼ା ବ୍ଲକର ସାଇଁଶ, କୋଟକୋସାଙ୍ଗ, ଅଲଣ୍ଡା, ସଲଙ୍ଗ ଓ ମିଟେଇପୁର୍ ଗ୍ରାମପଞ୍ଚାୟତର ଆମ ବ୍ୟାଙ୍କ ଉଦଘାଟିତ ହୋଇଯାଇଅଛି l ସାଇଁଶ ଗ୍ରାମପଞ୍ଚାୟତ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତ ରହିଥିବା ବେଳେ କୋଟ କୋସାଙ୍ଗ ପଞ୍ଚାୟତ ଠାରେ ନିମାପଡା ପଞ୍ଚାୟତ ସମିତି ଅଧକ୍ଷ ଶଙ୍କର ଭୋଇ, ଅଲଣ୍ଡା ଗ୍ରାମପଞ୍ଚାୟତଠାରେ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ୍ତ ଖଟୋଈ,ମିଟେଇପୁର୍ ଗ୍ରାମପଞ୍ଚାୟତ ଠାରେ ଜିଲ୍ଲାପରିଷଦ ସଦସ୍ୟ ରବି ମଲ୍ଲିକ ଏବଂ ସଲଙ୍ଗ ଗ୍ରାମପଞ୍ଚାୟତ ଠାରେ ସାଂସଦ ପ୍ରତିନିଧି ବିଜୟ ପଟନାୟକ ପ୍ରମୁଖଙ୍କ ଉପସ୍ଥିତରେ ଆମ ବ୍ୟାଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ରିପୋର୍ଟ : ରଜତ ମହାପାତ୍ର