ଆରମ୍ଭ ହେଲା ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଉତ୍କଳ ଦିବସ ଅବସରରେ ଆରମ୍ଭ ହୋଇଛି ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ରକ୍ତ ଦାନ ଶିବିର । ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ, ମାରୱାଡି ମହିଳା ସମିତିର ମିଳିତ ସହଯୋଗରେ ରକ୍ତଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବରୁ ରକ୍ତ ଭଣ୍ଡାରରେ ରକ୍ତ ଘୋର ଅଭାବ ଦେଖାଯାଇଛି । ରୋଗୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବା ପାଇଁ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ନୂତନ ରକ୍ତ ଦାତା ସୃଷ୍ଟି କରିବା ଏବଂ ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଆଜିର ଏହି ଶିବିରରେ ସମୁଦାୟ ୧୦ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ସେଥିମଧ୍ୟରୁ ସୋନୁ ମନ୍ନା ପ୍ରଥମ ଥର ରକ୍ତ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀଙ୍କ ସଂଯୋଜନାରେ ରକ୍ତ ଭଣ୍ଡାରର ଡା.ରଶ୍ମିତା ପାଣିଗ୍ରାହୀ ଓ ସସ୍ମିତା ବେହେରା ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଂପାଦକ ଏମ.ଦିଲ୍ଲୀପ କୁମାର, ସନିଆ ଗୌଡ଼, ବିଷ୍ଣୁ ପ୍ରସାଦ ଦାସ,ସତ୍ୟ ନାରାୟଣ ଦାସ, ଏ ପ୍ରକାଶ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ୱ ବ୍ୟାପି କରୋନା ମହାମାରୀ ପ୍ରଭାବ ଥିଲା ବେଳେ ଏଭଳି ନିଆରା ରକ୍ତ ଦାନ ଶିବିର ଆୟୋଜିତ କରି ରକ୍ତ ଅଭାବକୁ ଦୂରକରିବା ପ୍ରୟାସକୁ ସାଧାରଣ ମହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା