

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ଯୋଗୁଁ ବନ୍ଦ ରହିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ପୁଣି ଥରେ ଆରମ୍ଭ କରାଯାଇଛି । ତେବେ ଏହା ପ୍ରତ୍ୟକ୍ଷ ଭାବେ ନୁହେଁ, ବରଂ ଅନ୍ଲାଇନ୍ ଜରିଆରେ ହେବ ଶୁଣାଣି କରାଯାଇଛି । ଯାହାର ନାମ ହେଉଛି ‘ମୋ ନିବେଦନ’ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ନମ୍ବର (୯୪୩୭୫ ୬୩୮୦୦) ଜାରି କରାଯାଇ ଆଜି ପ୍ରଥମ ବ୍ଲକ୍ ଭାବେ ରଙ୍ଗେଇଲୁଣ୍ଡା ବ୍ଲକର ଅଭିଯୋଗ ଶୁଣାଣି ହୋଇଛି । ଏହି ବ୍ଲକର ରଙ୍ଗିପୁର, କେଲୁଆପଲ୍ଲୀ, ଗୋଳନ୍ଥରା ଏବଂ ନାରାୟଣପୁର ପଞ୍ଚାୟତ ସାମିଲ ହୋଇଛି । ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି.ୱାସନ ଉପସ୍ଥିତ ରହି ଆଭାସିରେ ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ । ସଂପୃକ୍ତ ପଞ୍ଚାୟତର କାର୍ଯ୍ୟାଳୟରୁ ଲୋକମାନେ ଭିଡ଼ିଓ କନଫ୍ରରେସନ୍ସ ଦ୍ୱାରା ଲ୍ୟାପଟପ ଏବଂ ମୋବାଇଲ୍ ମାଧ୍ୟମରେ ସେମାନଙ୍କ ଅଭିଯୋଗ ପ୍ରକାଶ କରିଥିଲେ । ଏଥିରେ ବିଡ଼ିଓ, ତହସିଲଦାରଙ୍କ ପଞ୍ଚାୟତର ସ୍ତରର ସମେତ ଅଧିକାରୀମାନେ ସହଯୋଗ କରିଥିଲେ । ପ୍ରଥମ ଦିନରେ ପ୍ରାୟ ୭୧ଟି ଅଭିଯୋଗର ଶୁଣାଣି କରାଯାଇଛି । ଭିଡ଼ିଓ କନଫ୍ରରେସନ୍ସରେ ଜିଲା ସ୍ତରୀୟ ଅଧିକାରୀମାନେ ନିଜ ନିଜ କାର୍ଯ୍ୟାଳୟରୁ ଶୁଣାଣିରେ ଭାଗ ନେଇଥିଲେ । ଆଜି ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ୱି.କିର୍ତ୍ତି.ୱାସନ, ଜିଲ୍ଲା ଅଭିଯୋଗ ଶୁଣାଣୀ ଅଧିକାରୀ ସୁକାନ୍ତି ମିଶ୍ର, ବ୍ରହ୍ମପୁର ଉପଖଣ୍ଡ ଅଭିଯୋଗ ଶୁଣାଣୀ ଅଧୁକାରୀ ବିନୋଦ ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ଡି. ମାଲେଶ୍ବର ପାତ୍ର ଉପସ୍ଥିତ ଥିଲେ ।