ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ସଂସ୍କୃତିରେ ଦେବାରେ ଆନନ୍ଦ ପରମ୍ପରାଭାବେ ରହିଆସିଛି । ଏଥିରେ ମହାଭାରତ, ରାମାୟଣ, ଗୀତା, ବେଦ ପ୍ରତ୍ୟେକକୁ ଅନୁଧ୍ୟାନ କଲେ ଦୋବରେ ଆନନ୍ଦ ସ୍ପଷ୍ଟ ପରିଷ୍ଫୁଟ । ଏବେ କିନ୍ତୁ ଏହି ନିତୀରେ ବିଶ୍ୱରେ ପ୍ରସିଦ୍ଧଲାଭ କରିଥିବା ଡ. ଅଚ୍ୟୁତ ସାମନ୍ତଙ୍କ ଆର୍ଟ ଅଫ ଗିଭିଙ୍ଗ ଏକ ସ୍ୱତନ୍ତ୍ର ଓ ନିଆରା ପରମ୍ପରା । ଆଜି ସମଗ୍ର ବିଶ୍ୱର ୧୨୦ଟି ରାଷ୍ଟ୍ରରେ ଆର୍ଟ ଅଫ ଗିଭିଙ୍ଗ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଓ ପାଳିତ ହୋଇଛି ତାର ୬ଷ୍ଠ ବାର୍ଷିକ ଉତ୍ସବ । ବିଭିନ୍ନ ରାଷ୍ଟ୍ରରେ ଏହି କାର୍ଯ୍ୟକ୍ରମ କରାଯାଉ ଥିଲେ ମଧ୍ୟ ଆଜିର ଦିନକୁ ଚଳିତ ବର୍ଷର ଶିକ୍ଷାଲାଗି ଉତ୍ସର୍ଗୀକୃତ ବୋଲି ଉକ୍ତ ସଂଗଠନର କେନ୍ଦ୍ରୀୟ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ଜଳେଶ୍ୱରରେ ଥିବା ଆର୍ଟ ଅଫ ଗିଭିଙ୍ଗ୍ର ଶାଖା ମଧ୍ୟ ଏପରି ଉତ୍ସବ ଓ କାର୍ଯ୍ୟକ୍ରମରେ ଭାଗ ନେଇଛି । ଜଳେଶ୍ୱର ଶାଖାର ସଂଯୋଜକ ଆଇନ୍ଜିବୀ ଅନୀଲ କୁମାର ପରିଡାଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଜଳେଶ୍ୱର, ଭୋଗରାଇ ଓ ପଶ୍ଚିମବଂଗର ବହୁଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ କରି ଆଦିବାସୀ ପିଲାମାନଙ୍କୁ ଏପରି କାର୍ଯ୍ୟକ୍ରମରେ ପ୍ରତ୍ସାହିତ କରାଯାଇଛି । ଆଜି ସଂଗଠନ ପକ୍ଷରୁ ଜଳେଶ୍ୱରର ଶାନ୍ତିଆସ୍ଥିତ ଗାନ୍ଧିସେବାଶ୍ରମ, ବାଘମାରୀ ନୋଡାଲ ୟୁପି ସ୍କୁଲ, ବାଲିଆସାହି, ନହଞ୍ଜରା, ପଂଚୁଘଣ୍ଟା, ଆରୁହା, ରାଜପୁର ଅଙ୍ଗନୱାଡି, ଦେଉଳିପଂଚୁଘଣ୍ଟା, ପଥରପୁରା, ବାଇପାଟଣା, ପଦାସାହି, ମାଣିକଚକ, ମଙ୍ଗଳାତଳା, ନହରା, ବଡମନ୍ଦାରୁଣୀ, ବାଜିତ୍ପୁର, ନନ୍ଦିକା, ପଶ୍ଚିମବଂଗର ସୋଲପଟା, ସରଶଙ୍କା, ଖଡଗପୁର ପ୍ରଭୃତି ଅଂଚଳରେ ଥିବା ସ୍କୁଲ ଗୁଡିକର ୬ହଜାର ଛାତ୍ରଛାତ୍ରୀମାନଙ୍କୁ ଖାତା, କଲମ, ପେନ୍ସିଲ, ସ୍ଲେଟ, ଖଡି, ୱାର୍ଡବୁକ୍ ଇତ୍ୟାଦି ବଣ୍ଟନ ହୋଇଛି ବୋଲି ସଂଯୋଜକ ଅନୀଲ କୁମାର ପରିଡା ଏଠାରେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗିରିଜା ଶଂକର ଦାସ, ସିଦ୍ଧାର୍ଥ ଶଂକର ପାଳ, ସୁଶାନ୍ତ କୁମାର ଦାସ, ସିଦ୍ଧାର୍ଥ ଦାସ, ରାଜେଶ କୁମାର ପାତ୍ର, କୁଞ୍ଜବିହାରୀ ଦାସ, ଅଜିତ୍ କୁମାର ସୁର, ନିଗମ କୁମାର ବ୍ରହ୍ମ, ତୃପ୍ତିଲତା ମହାନ୍ତି, ନୟନ କୁମାର ପାଠୀ, ଗୋପାଳ ଦତ୍ତ, ମନୋରଂଜନ ଦାସ, ବାଣୀପାଣୀ ଦାସ, ସୁନୀଲ କୁମାର ଜେନା, ଲକ୍ଷ୍ମୀକାନ୍ତ ଦାସ, ବିଷ୍ଣୁପଦ ଦାସମହାପାତ୍ର, ନନ୍ଦ ଦୁଲାଲ ଜେନା, ସତ୍ୟବ୍ରତ ସୋମ୍, ସମରେନ୍ଦ୍ର ଦାସ, ସତ୍ୟବ୍ରତ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା